ବରଗଡ଼ ଅଫିସ୍,୭।୨: ବରଗଡ଼ ଆର୍ପିଏଫ୍ କର୍ମଚାରୀ ଶନିବାର ଜଣେ ରେଳଯାତ୍ରୀଙ୍କ ହଜିଲା ଭାନିଟି ବ୍ୟାଗକୁ ସମ୍ପୃକ୍ତ ଯାତ୍ରୀଙ୍କୁ ଫେରାଇଛନ୍ତି। ଶେଖ୍ ଅଜିଜୁର ରେହମନ ନାମକ ଜଣେ ଯାତ୍ରୀ ତାଙ୍କର ସ୍ତ୍ରୀଙ୍କ ସହିତ ପୁରୀ-ଦୁର୍ଗ ଏକ୍ସପ୍ରେସରେ କଟକରୁ ବରଗଡ଼ ଆସିଥିଲେ। ଶନିବାର ଭୋର୍ ୪ଟା ୫ମିନିଟ୍ରେ ଟ୍ରେନ୍ ବରଗଡ଼ ରୋଡ୍ ରେଳ ଷ୍ଟେଶନରେ ଅଟକିବା ପରେ ଏହି ଦମ୍ପତି ଓହ୍ଲାଇଥିଲେ। ଟ୍ରେନ୍ ୪ଟା ୧୦ ମିନିଟ୍ରେ ଷ୍ଟେଶନ ଛାଡ଼ିବା ପରେ ତାଙ୍କ ସ୍ତ୍ରୀ ଟ୍ରେନରେ ଭାନିଟି ବ୍ୟାଗ୍ ଛାଡ଼ି ଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ଉପସ୍ଥିତ ଆର୍ପିଏଫ କର୍ମଚାରୀଙ୍କୁ ଜଣାଇଥିଲେ। ଆର୍ପିଏଫ୍ କର୍ମଚାରୀ ଏସ୍. ତ୍ରିପାଠୀ ଏବଂ ଏଚ୍.ଏଲ୍ ସିଂ ସମ୍ପୃକ୍ତ ଟ୍ରେନର ଏସ୍କର୍ଟିଂ ପାର୍ଟିକୁ ଜଣାଇଥିଲେ। ପରେ ଭାନିଟି ବ୍ୟାଗ୍ ଉଦ୍ଧାର ହୋଇଥିଲା। ବରଗଡ଼ ଅଭିମୁଖେ ଆସୁଥିବା ଅନ୍ୟ ଏକ ଟ୍ରେନ ଯୋଗେ ବ୍ୟାଗକୁ ବରଗଡ଼ ଆର୍ପିଏଫ୍ଙ୍କ ପାଖକୁ ପଠାଯାଇଥିଲା । ବରଗଡ଼ ଆରପିଏଫଠାରୁ ସୂଚନା ପାଇ ରେହମନ ହଜି ଯାଇଥିବା ଭାନିଟି ବ୍ୟାଗ ପାଇଥିଲେ।
Posted inଆମ ଜିଲା ଖବର, ବରଗଡ଼, ରାଜ୍ୟ