ସ୍ବିଜରଲାଣ୍ଡରେ ସାମ୍ବାଦିକ ସମ୍ମିଳନୀ କଲେ ରୋବର୍ଟ, କହିଲେ ମଣିଷଙ୍କ ଠାରୁ ଦୁନିଆକୁ ଭଲ ଭାବେ ଚଳାଇପାରିବୁ

ଜେନିଭା,୯।୭: ସ୍ବିିଜରଲାଣ୍ଡର ଜେନେଭାରେ ରୋବର୍ଟମାନେ କରିଛନ୍ତି ସାମ୍ବାଦିକ ସମ୍ମିଳନୀ। ବିଶ୍ୱରେ ପ୍ରଥମ ଥର ଏହିଭଳି କିଛି ଦେଖିବାକୁ ମିଳିଛି। ଏହି ସମସ୍ତ ରୋବଟଗୁଡିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍‌ ଏଆଇ ଦ୍ୱାରା ପରିଚାଳିତ। ସମ୍ମିଳନୀରେ ପ୍ରାୟ ୫୧ଟି ରୋବର୍ଟ ଯୋଗ ଦେଇଥିଲେ।

ବୈଠକରେ ବିଭିନ୍ନ ବିଷୟ ଉପରେ ପଚରାଯାଇଥିବା ପ୍ରଶ୍ନରେ ରୋବର୍ଟଗୁଡିକ ଉତ୍ତର ରଖିଥିଲେ। ସୋଫିଆ ନାମକ ରୋବର୍ଟ କହିଛନ୍ତି, ଆମେ ମଣିଷ ଅପେକ୍ଷା ଦୁନିଆକୁ ଭଲ ଭାବରେ ଚଳାଇ ପାରବୁ। ମଣିଷ ପରି ଆମର ଭାବନା ନାହିଁ, ଯେଉଁ କାରଣରୁ ଆମେ ତଥ୍ୟ ଆଧାରରେ ସମସ୍ତ ନିଷ୍ପତ୍ତି ଦୃଢ ଭାବରେ ଗ୍ରହଣ କରିପାରିବୁ।

ରୋବର୍ଟଗୁଡିକ ସ୍ବୀକାର କରିଛନ୍ତି ଯେ, ସେମାନେ ଏପର୍ଯ୍ୟନ୍ତ ମଣିଷ ଭାବନାକୁ ସଠିକ ଭାବରେ ଧରିପାରୁ ନାହାଁନ୍ତି। ସେହିପରି ଲୋକଙ୍କ ସ୍ବାସ୍ଥ୍ୟ ଏବଂ ବାୟୋ-ଟେକ୍ନୋଲୋଜି ଉପରେ କାର୍ଯ୍ୟ କରିବା ପାଇଁ ତିଆରିି ହୋଇଥିବା ରୋବଟ ଏଇଡା କହିଛନ୍ତି, ଆମେ ମଣିଷଙ୍କ ବୟସକୁ ୧୫୦ ରୁ ୧୮୦ ବର୍ଷକୁ ବୃଦ୍ଧି କରିପାରିବୁ।

Share