Categories: ବାଣିଜ୍ୟ

ଓଡ଼ିଶା ବଜାରରେ ଜେନିଭିସ ରିମେଡିସ

ଭୁବନେଶ୍ୱର,୨୮।୧୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଜେନେରିକ ଔଷଧ ଉତ୍ପାଦନକାରୀ କମ୍ପାନୀ ଜେନିଭିସ ରିମେଡିସ (ଆଇ) ପ୍ରାଇଭେଟ ଲିମିଟେଡ ତା’ର ଉତ୍ପାଦ (ଔଷଧ)ଗୁଡିକୁ ସୋମବାର ଆନୁଷ୍ଠାନିକ ଭାବେ ଓଡ଼ିଶା ବଜାରରେ ପ୍ରବେଶ କରାଇବା ସହିତ କମ୍ପାନୀର ରାଜ୍ୟ କାର୍ଯ୍ୟାଳୟ ଓ ଏକ୍ସକ୍ଲୁସିଭ ଆଉଟଲେଟ ମଧ୍ୟ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଶ୍ରୀ ସାଇ ସମୃଦ୍ଧି ହେଲ୍‌ଥ କେୟାର ଆନୁକୂଲ୍ୟରେ କମ୍ପାନୀର ପ୍ରଥମ ଏକ୍ସକ୍ଳୁସିଭ ଆଉଟଲେଟ ଭୁବନେଶ୍ୱରର ଜୟଦେବ ବିହାରଠାରେ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜେନିଭିସ ରିମେଡିସ (ଆଇ) ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ତଥା ସିଇଓ ଏବଂ ନିର୍ଦ୍ଦେଶକ ସନ୍ତୋଷ ଶେଡ୍‌ଗେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କମ୍ପାନୀର ଏକ୍ସକ୍ଲୁସିଭ ଆଉଟଲେଟକୁ ଉଦ୍‌ଘାଟନ କରିବା ସହିତ ରାଜ୍ୟ କାର୍ଯ୍ୟାଳୟ ଓ ଉତ୍ପାଦଗୁଡିକୁ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେନିଭିସ ରିମେଡିସର ବିଜ୍‌ନେସ ପାର୍ଟନର ତଥା ଷ୍ଟେଟ ହେଡ୍‌ ଓଡ଼ିଶା ଅଶ୍ୱିନୀ କୁମାର ଖଡଙ୍ଗା, ସାମାଜିକ କର୍ମୀ ସୁରେଶ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share