ରୋହିଙ୍ଗ୍ୟାଙ୍କ ଦ୍ୱାରା ହିନ୍ଦୁମାନଙ୍କର ନରସଂହାର ଏକ ଅନ୍ତର୍ଜାତୀୟ ଅପରାଧ: ଜାତିସଂଘ…

ନାପିଦ୍ୱ,୨୬।୧୦: ମ୍ୟାନମାରରେ ରୋହିଙ୍ଗ୍ୟା ଗୋଷ୍ଠୀ ଦ୍ୱାରା ୯୯ ହିନ୍ଦୁଙ୍କ ହତ୍ୟା ଅନ୍ତର୍ଜାତୀୟ ଅପରାଧ ବର୍ଗରେ ରହିପାରେ। ମିଳିତ ଜାତିସଂଘର ଜଣେ ଅଧିକାରୀ ସେଠାରେ ମାନବିକ ଅଧିକାରର ଗୁରୁତର ଉଲ୍ଲଂଘନ ଘଟଣାର ଅନୁସନ୍ଧାନ କରୁଥିବା କହିଛନ୍ତି। ମ୍ୟାନମାରର ସ୍ବାଧୀନ ଅନୁସନ୍ଧାନ ମେକାନିଜିମ (ଆଇଆଇଏମ) ର ମୁଖ୍ୟ ନିକୋଲାସ କୁମଜିଆନ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ଗୁରୁତର ଏବଂ ଏହାକୁ ଏକ ଅନ୍ତର୍ଜାତୀୟ ଅପରାଧ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରିବ। ରୋହିଙ୍ଗ୍ୟାଙ୍କ ଦ୍ୱାରା ହିନ୍ଦୁମାନଙ୍କର ନରସଂହାର ଏକ ଅନ୍ତର୍ଜାତୀୟ ଅପରାଧ ବୋଲି ସେ କହିଛନ୍ତି।

Share