ମୁମ୍ବାଇ ଏୟାର ପୋର୍ଟରେ କ୍ୱାରାଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକାରୁ ଫେରୁଥିବା ଯାତ୍ରୀ

ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି । ଏପଟେ ମୁମ୍ବାଇ ପ୍ରଶାସନ ପକ୍ଷରୁ ଆରମ୍ଭରୁ ସତର୍କତା ଅବଲମ୍ବନ କରାଗଲାଣି । ମୁମ୍ବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି କି ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନେ ସେହିଠାରେ କ୍ୱାରାଣ୍ଟାଇନେ ରହିବେ ଓ ସେମାନଙ୍କର ଜିନୋମ ସିକ୍ୱେନସିଂ କରାଯିବ । ମୁମ୍ବାଇ ମେୟର କିଶୋରୀ ପେଡେନେକର ଏହା କହିଛନ୍ତି । ସେ କହିଛନ୍ତି ଯଦିି କୌଣସି ବ୍ୟକ୍ତିଙ୍କ ନିକଟରେ କରୋନା ପଜିଟିଭ ଲକ୍ଷଣ ଦେଖାଯାଉଛି ସେମାନଙ୍କର ଜିନୋମ ସିକ୍ୱନଂସିଂ କରାଯିବ । ଯେଉଁ ସମୟରେ ସାରା ବିଶ୍ୱ ‘ଓମିକ୍ରୋନ’କୁ ନେଇ ଭୟଭୀତ ହୋଇଯାଇଛନ୍ତି ସେହି ସମୟରେ ଦେଶର ସମସ୍ତ ରାଜ୍ୟ ସତର୍କ ହୋଇଯିବା ଉଚିତ । ତେବେ ପୂର୍ବର ଅନୁଭୂତିକୁ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ମୁମ୍ବାଇ ମେୟର । ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଓମିକ୍ରୋନ ଭାରିଏଣ୍ଟ ବହୁ ମାରାତ୍ମକ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହା ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ ।

Share