ଜିଓ ଫାଇବରର ନୂଆ ଟାରିଫ୍‌ ପ୍ଲାନ୍‌

ମୁମ୍ବାଇ,୧।୯: ରିଲାଏନ୍ସ ଜିଓର ସଫଳତା ପରେ କମ୍ପାନୀ ତା’ର ନୂଆ ବ୍ରଡ୍‌ବ୍ୟାଣ୍ଡ ସେବା ‘ଜିଓ ଫାଇବର’ ଜରିଆରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ପ୍ରଦାନ କରୁଛି। ‘ନୂଆ ଭାରତର ନୂଆ ଜୋଶ’(ନିୟୁ ଇଣ୍ଡିଆ କା ନୟା ଜୋଶ୍‌)କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମନ୍ତେ ଜିଓ ଫାଇବାର ପକ୍ଷରୁ ଏହି ନୂଆ ଟାରିଫ ପ୍ଲାନ୍‌ର ପୁନର୍ବିନ୍ୟାସ କରାଯାଇଛି। ଗ୍ରାହକଙ୍କ ଆବଶ୍ୟକତା ପୂରଣ ସହ ସର୍ବାଧିକ ସୁଲଭତା ପ୍ରଦାନ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ନୂଆ ଟାରିଫ୍‌ ପ୍ଲାନ ୩୯୯ଟଙ୍କାରୁ ଆରମ୍ଭ ହେଉଛି। ଏହା ସହ ଅନ୍ୟ ପ୍ଲାନ୍‌ ସମୂହ ମଧ୍ୟ ଗ୍ରାହକଙ୍କ ଲାଗି ରହିଛି। ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ପ୍ରାୟ ୧୨ଟି ଶ୍ରେଷ୍ଠ ପେଡ୍‌ ଓଟିଟି ଆପ୍‌ର ସବ୍‌ସ୍କ୍ରିପସନର ସୁବିଧା ଏଥିରେ ମିଳିବ। ଏ ସମ୍ପର୍କରେ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି, ପ୍ରାୟ ୧୬୦୦ରୁ ଊର୍ଦ୍ଧ୍ୱ ସହର ଓ ନଗରରେ ଏହି ବ୍ରଡ୍‌ବ୍ୟାଣ୍ଡ ସେବା ପ୍ରଦାନ କରାଯିବା କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇପିଏନ୍‌ବିଓଏର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ

ଭୁବନେଶ୍ୱର,୧୬।୧୧: ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଅଫିସର୍ସ ଆସୋସାଏଶନ (ଏଆଇପିଏନ୍‌ବିଓଏ)ର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ ଶୁକ୍ରବାର ସମ୍ବଲପୁରର ରେଲୱେ ୟାର୍ଡ ଗ୍ରାଉଣ୍ଡ୍‌ଠାରେ ଆରମ୍ଭ...

ଚାନ୍ଦି ଭଣ୍ଡାରର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ରାଜ୍ୟର ଅଗ୍ରଣୀ ରୁପା ରିଟେଲ ଚେନ୍‌ ‘ଚାନ୍ଦି ଭଣ୍ଡାର’ର ବହୁ ପ୍ରତୀକ୍ଷିତ ତଥା ନୂତନ ଅଭିଯାନ (କ୍ୟାମ୍ପେନ) ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’...

ଜିଓ ୱାଲର୍‌ଡ ପ୍ଲାଜାରେ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ୍‌

ମୁମ୍ବାଇ,୧୬।୧୧ (ଅଭୟ ଦାଶ): ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ତଥା ପ୍ରିମିୟମ ବ୍ରାଣ୍ଡ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଜିଓ ୱାଲର୍‌ଡ ପ୍ଲାଜାଠାରେ ଉଦ୍‌ଘାଟିତ...

୭.୨% ହାରରେ ଅର୍ଥନୀତି ଅଭିବୃଦ୍ଧି ଆକଳନ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି ଏବଂ ୨୦୨୪ କ୍ୟାଲେଣ୍ଡର ବର୍ଷରେ ୭.୨ ପ୍ରତିଶତ ଏବଂ ୨୦୨୫ରେ ୬.୬ ପ୍ରତିଶତ ବୃଦ୍ଧି ପାଇବ...

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଜେଡ୍‌ ବ୍ଲାକ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମହୀଶୂର ଦୀପ ପରଫ୍ୟୁମେରି ହାଉସ(ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା

ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ...

ଏକମାତ୍ର ଭାରତୀୟ ଭାବେ ଏମିତି କାର୍‌ନାମା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୫।୧୧:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଉଦ୍ୟୋଗପତି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri