ମୁମ୍ବାଇ,୧।୯: ରିଲାଏନ୍ସ ଜିଓର ସଫଳତା ପରେ କମ୍ପାନୀ ତା’ର ନୂଆ ବ୍ରଡ୍ବ୍ୟାଣ୍ଡ ସେବା ‘ଜିଓ ଫାଇବର’ ଜରିଆରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ପ୍ରଦାନ କରୁଛି। ‘ନୂଆ ଭାରତର ନୂଆ ଜୋଶ’(ନିୟୁ ଇଣ୍ଡିଆ କା ନୟା ଜୋଶ୍)କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମନ୍ତେ ଜିଓ ଫାଇବାର ପକ୍ଷରୁ ଏହି ନୂଆ ଟାରିଫ ପ୍ଲାନ୍ର ପୁନର୍ବିନ୍ୟାସ କରାଯାଇଛି। ଗ୍ରାହକଙ୍କ ଆବଶ୍ୟକତା ପୂରଣ ସହ ସର୍ବାଧିକ ସୁଲଭତା ପ୍ରଦାନ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ନୂଆ ଟାରିଫ୍ ପ୍ଲାନ ୩୯୯ଟଙ୍କାରୁ ଆରମ୍ଭ ହେଉଛି। ଏହା ସହ ଅନ୍ୟ ପ୍ଲାନ୍ ସମୂହ ମଧ୍ୟ ଗ୍ରାହକଙ୍କ ଲାଗି ରହିଛି। ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ପ୍ରାୟ ୧୨ଟି ଶ୍ରେଷ୍ଠ ପେଡ୍ ଓଟିଟି ଆପ୍ର ସବ୍ସ୍କ୍ରିପସନର ସୁବିଧା ଏଥିରେ ମିଳିବ। ଏ ସମ୍ପର୍କରେ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି, ପ୍ରାୟ ୧୬୦୦ରୁ ଊର୍ଦ୍ଧ୍ୱ ସହର ଓ ନଗରରେ ଏହି ବ୍ରଡ୍ବ୍ୟାଣ୍ଡ ସେବା ପ୍ରଦାନ କରାଯିବା କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ।