Categories: ବାଣିଜ୍ୟ

ଓଡ଼ିଶା ବଜାରରେ ଜିଓ ୧ ନମ୍ବର

ଭୁବନେଶ୍ୱର,୩।୮: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୩ ମେ’ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ି ଓଡ଼ିଶାରେ ଏହାର ୧ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିବା ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୩ ମେ’ ରେ ରିଲାଏନ୍ସ ଜିଓ ୭୬,୦୦୦ରୁ ଅଧିକ ନୂତନ ମୋବାଇଲ ଗ୍ରାହକ ଯୋଡ଼ିଛି। ଫଳରେ ଓଡ଼ିଶାରେ ଏହାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ମେ’ ମାସ ଶେଷ ସୁଦ୍ଧା ୧.୪୨ କୋଟିରେ ପହଞ୍ଚିଛି। ଏହି ସମୟରେ ଓଡ଼ିଶାର ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩.୩୩ କୋଟିକୁ ବୃଦ୍ଧି ପାଇଛି। ଓୟାରଲାଇନ୍‌ କ୍ଷେତ୍ରରେ ଜିଓ ପାଖାପାଖି ୯୦୦୦ ନୂଆ ଗ୍ରାହକ ଯୋଡ଼ି ଏହାର ୧ ନମ୍ବର ସ୍ଥିତିକୁ ଆହୁରି ମଜଭୁତ କରିପାରିଛି ।

ରାଜ୍ୟରେ କମ୍ପାନୀର ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ୨୦୨୩ ମେ ମାସ ଶେଷ ସୁଦ୍ଧା ୨.୨୯ ଲକ୍ଷରୁ ଅଧିକ ହୋଇଛି। ଜାତୀୟ ସ୍ତରରେ ମଧ୍ୟ ଜିଓ ୩ ନିୟୁତରୁ ଅଧିକ ନୂତନ ମୋବାଇଲ ଗ୍ରାହକ ଯୋଡ଼ିଛି। ଫଳରେ ଦେଶରେ କମ୍ପାନୀର ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୪୩.୬ କୋଟିକୁ ବୃଦ୍ଧି ପାଇଛି। ଏହି ଅବଧିରେ ଜିଓ ସର୍ବାଧିକ ୩.୨୫ ଲକ୍ଷ ନୂତନ ଓୟାରଲାଇନ୍‌ ଗ୍ରାହକ ଯୋଡ଼ିଛି। ଫଳରେ ଦେଶରେ ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ୯୭.୪୪ ଲକ୍ଷରୁ ଅଧିକ ହୋଇଛି। ଉଭୟ ସର୍ବାଧିକ ଗ୍ରାହକ ବଜାର ଅଂଶ ଓ ସର୍ବାଧିକ ୫୧% ରାଜସ୍ବ ବଜାର ଅଂଶ ସହ ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ହୋଇ ରହିଛି। ସର୍ବବୃହତ୍‌ ୪ଜି ନେଟ୍‌ୱର୍କ ଜିଓ ଟ୍ରୁ୫ଜିର ଦ୍ରୁତ ସମ୍ପ୍ରସାରଣ ସାରା ରାଜ୍ୟର ଅଧିକ ସ୍ଥାନକୁ ହାଇସ୍ପିଡ୍‌ ବ୍ରାଣ୍ଡ୍‌ବ୍ୟାଣ୍ଡ୍‌ ସେବା ଜିଓଫାଇବର ପହଞ୍ଚିବା ଏବଂ ସୁଲଭ ମୂଲ୍ୟ ସହ ନିରବଚ୍ଛିନ୍ନ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ଉପଲବ୍ଧତା ଏହାକୁ ତ୍ୱରାନ୍ବିତ କରିଛି।

Share