Categories: ବାଣିଜ୍ୟ

ଜିଓର ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା

ଭୁବନେଶ୍ୱର,୩୧।୧୦ : ବନ୍ୟା, ଅଗ୍ନିକାଣ୍ଡ, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୩ରେ ନିଜର ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରଦର୍ଶିତ କରାଯାଇଛି। ଜିଓର ଟ୍ରୁ-୫ଜିରେ ଚାଲୁଥିବା ଏହି ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା ବିଭିନ୍ନ ସ୍ତରରେ ଯୋଗାଯୋଗକୁ ସୁଦୃଢ଼ କରିବ। ସ୍ଥାନୀୟ ଟେଲିକମ ବ୍ୟବସ୍ଥା ଅଚଳ ହୋଇପଡ଼ିଲେ ଏହି ବ୍ୟବସ୍ଥାରେ ଉପଗ୍ରହ ସହ ଯୋଡ଼ିହୋଇଥିବା ଟାୱାର ଅନ ହ୍ବିଲ କାମ କରିବ; ଯାହାକୁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସ୍ଥିତିରେ ମୁତୟନ କରାଯାଇପାରିବ। ସହାୟତା ପ୍ରଦାନ କରୁଥିବା ଟିମ୍‌ର କମାଣ୍ଡ ସେଣ୍ଟର ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ‘ଏକ୍ସଆର୍‌ କମ୍ପାନିୟନ’ ନାମକ ଏକ ଆପ୍‌ ପ୍ରସ୍ତୁତ କରାଯାଇଛିି। ଆପ୍‌ ଜରିଆରେ କମାଣ୍ଡ ସେଣ୍ଟରରେ କାର୍ଯ୍ୟ ବଣ୍ଟନ, ଉଭୟ ପାର୍ଶ୍ୱରୁ ଅଡିଓ ଭିଡିଓ କଲିଙ୍ଗ, ଜରୁରିକାଳୀନ ଆମ୍ବୁଲାନ୍ସ କଲିଙ୍ଗ, ଟିମ୍‌ର ଗତିବିଧି, କାର୍ଯ୍ୟ ପ୍ରଗତି ରିପୋର୍ଟ ଉପରେ ବାସ୍ତବ ସମୟରେ ନଜର ରଖାଯାଇପାରିବ। ଏହି ଆପ୍‌ରେ ୨୦ଟି ଟିମ୍‌କୁ ଯୋଡାଯାଇଛି। ଦୂରଦୂରାନ୍ତ ସ୍ଥାନରେ ଥିବା ଏନ୍‌ଡିଆର୍‌ଏଫ୍‌ କିମ୍ବା ସହାୟତା ଅଧିକାରୀ ୫-ଜି ସହ ଯୋଡ଼ି ହୋଇଥିବା ଡ୍ରୋନ ଜରିଆରେ ଦୁର୍ଗମ ସ୍ଥାନରେ ହୋଇଥିବା କ୍ଷତିର ଅନୁଧ୍ୟାନ କରିପାରିବେ । ଏହା ବ୍ୟତୀତ ସହାୟତା ପ୍ରଦାନ କରୁଥିବା କର୍ମୀମାନେ ପରସ୍ପର ସହିତ ଭଏସ ଆକ୍ଟିଭେଟେଡ ୫ଜି ଡିଭାଇସ୍‌ର ବ୍ୟବହାର କରି କଥାବାର୍ତ୍ତା ହୋଇପାରିବେ। ହେଲ୍ମେଟ୍ରେ ଲାଗି ପାରୁଥିବା ଏହି ୫ଜି ଡିଭାଇସରେ କ୍ୟାମେରା, ଫ୍ଲାସ ଲାଇଟ ଏବଂ ଲେଜର ବିମ୍‌ ଭଳି ସୁବିଧା ରହିଛି, ଯାହାଫଳରେ ଶୀଘ୍ର ସହାୟତା ପହଞ୍ଚାଇ ହେବ । ବିପର୍ଯ୍ୟୟ ସମୟରେ ଜିଓ ପକ୍ଷରୁ ଡିଜିଟାଲ କମ୍ୟୁନିକେଶନ ହାଇୱେରେ ନେଟୱର୍କ ସ୍ଲାଇସିଂ ଜରିଆରେ ଗୁରୁତ୍ୱପୂର୍ଣ୍ଣ ଟେଲିକମ ଆବଶ୍ୟକତା ପୂରଣ କରାଯାଇପାରିବ। ଅତ୍ୟନ୍ତ ଭୟଙ୍କର ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟ କରିପାରିବ ।

Share