Advertisement
Categories: ଖେଳ

ଗେରାଲ୍ଡ ପେଟୋନ ଓଡ଼ିଶା ଏଫ୍‌ସି ଆନ୍ତରୀଣ କୋଚ୍‌

ଭୁବନେଶ୍ୱର,୪।୨: ସହକାରୀ କୋଚ୍‌ ଗେରାଲ୍ଡ ପେଟୋନଙ୍କୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଓଡ଼ିଶା ଏଫ୍‌ସି ଆନ୍ତରୀଣ ହେଡ୍‌ କୋଚ୍‌ ଭବେ ନିଯୁକ୍ତ କରିଛି। ଆଇଏସ୍‌ଏଲ୍‌ର ଚଳିତ ସପ୍ତମ ସଂସ୍କରଣରେ ସେ ବାକି ଥିବା ମ୍ୟାଚ୍‌ଗୁଡିକରେ ଦାୟିତ୍ୱ ନେବେ। ଓଡ଼ିଶା ଏଫ୍‌ସି ଲିଗ୍‌ରେ ଆଉ ୬ଟି ମ୍ୟାଚ୍‌ ଖେଳିବ। ଆଗକୁ ଦଳକୁ ଜିତାଇବାକୁ ଚେଷ୍ଟା କରିବି। ଏହି ଗୁରୁଦାୟିତ୍ୱ ନେବାକୁ ରାଜି ଅଛି। ଯୁବ ଖେଳାଳିଙ୍କ୍‌ୁ ନେଇ ଆମେ ଅଧିକ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ବୋଲି ପେଟୋନ କହିଛନ୍ତି।
ଗେରି ପେଟୋନ ନାମରେ ଜଣାଥିବା ଏହି ୬୪ ବର୍ଷୀୟ କୋଚ୍‌ ଆୟର୍ଲାଣ୍ଡ ତରଫରୁ ପୂର୍ବରୁ ୩୩ଟି ମ୍ୟାଚ୍‌ ଖେଳିଛନ୍ତି। କୋଚ୍‌ ଭାବେ ମଧ୍ୟ ସେ ବିଭିନ୍ନ କ୍ଲବ ତରଫର କାର୍ଯ୍ୟକରି ବେଶ୍‌ ସଫଳ ରହିଛନ୍ତି। ଅଗାମୀ ମ୍ୟାଚ୍‌ଗୁଡିକରେ ସେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଉଲ୍ଲେଖଥାଉ କି, ରେଫରିଙ୍କ ନିଷ୍ପତ୍ତିରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କୋଚ ଷ୍ଟୁଆର୍ଟ ବକ୍ସଟରଙ୍କୁ ବହିସ୍କାର କରାଯାଇଥିଲା।