
ଷ୍ଟକ୍ହାମ,୧୪ା୪: ଜର୍ମାନୀର ଅଲିମ୍ପିକ ଚାମ୍ପିୟନ ଲୁକାସ ମାର୍ଟେନ୍ସ ପୁରୁଷ ୪୦୦ ମିଟର ଫ୍ରିଷ୍ଟାଇଲ ରେକର୍ଡ ଭଙ୍ଗ କରିଛନ୍ତି। ସ୍ବିମ୍ ଓପନ୍ ଷ୍ଟକ୍ହାମରେ ସେ ଏହି ସଫଳତା ପାଇଛନ୍ତି। ସେ ପ୍ରଥମ ସନ୍ତରଣକାରୀ ଭାବେ ୩ ମିନିଟ୍ ୪୦ ସେକେଣ୍ଡର ବାଧାକୁ ଅତିକ୍ରମ କରିଛନ୍ତି।
ରେସ୍ରେ ସେ ୩:୩୯.୯୬ ସେକେଣ୍ଡ ଟାଇମିଂ ହାସଲ କରିଥିଲେ। ପୂର୍ବରୁ ଥିବା ଜାତୀୟ ରେକର୍ଡକୁ ସେ ଏକ ଦଶମିକ ୧୧ ସେକେଣ୍ଡରେ ପଛରେ ପକାଇଥିଲେ। ଜର୍ମାନୀର ପୂର୍ବତନ ସନ୍ତରଣକାରୀ ପଲ୍ ବିଡରମ୍ୟାନ୍ଙ୍କ ନାମରେ ପୂର୍ବରୁ ବିଶ୍ୱ ରେକର୍ଡ ଥିଲା। ସେ ୨୦୦୯ରେ ୩:୪୦.୦୭ ସେକେଣ୍ଡ ଟାଇମିଂ ହାସଲ କରିଥିଲେ। ୨୩ ବର୍ଷୀୟ ମାର୍ଟେନ୍ସ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ୩:୪୧ ସେକେଣ୍ଡ ଟାଇମିଂ ସହ ୪୦୦ ମିଟର ଫ୍ରିଷ୍ଟାଇଲ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ।