ଫ୍ରାଙ୍କ୍‌-ଓ୍ବାଲ୍‌ଟର ହେଲେ ପୁଣି ଜର୍ମାନୀର ରାଷ୍ଟ୍ରପତି

ବର୍ଲିନ,୧୪।୨: ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ୍‌-ଓ୍ବାଲ୍‌ଟର ଟେଇନମେଇର ରାଷ୍ଟ୍ରପତି ଭାବେ ୫ ବର୍ଷ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି। ସ୍ବତନ୍ତ୍ର ସଂସଦୀୟ ସଭାରେ ତାଙ୍କୁ ନିର୍ବାଚନ କରାଯାଇଛି। ପ୍ରମୁଖ ରାଜନୈତିକ ଦଳ ତାଙ୍କୁ ସମର୍ଥନ କରିଥିଲେ। ପାର୍ଲାମେଣ୍ଟର ନିମ୍ନ ସଦନ ସଦସ୍ୟ ଏବଂ ୧୬ ରାଜ୍ୟର ପ୍ରତିନିଧି ଫ୍ରାଙ୍କ୍‌ଙ୍କୁ ଭୋଟ ଦେଇ ବିପୁଲ ବ୍ୟବଧାନରେ ଜିତାଇଛନ୍ତି। ସେ ବିଭାଜନ ନୀତିକୁ ବିରୋଧ କରିବେ ଏବଂ ଗଣତନ୍ତ୍ର ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ୨୦୧୭ରେ ପ୍ରଥମେ ରାଷ୍ଟ୍ରପତି ହେବା ପୂର୍ବରୁ ଫ୍ରାଙ୍କ୍‌ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ ସରକାରରେ ବହିର୍ବ୍ୟାପାର ମନ୍ତ୍ରୀ ଥିଲେ।

Share