Categories: ଜାତୀୟ

ଭାରତ ମହାସାଗରରେ ପାଟ୍ରୋଲିଂ କରିବ ଜର୍ମାନ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୩ା୧୧: ଆସନ୍ତା ବର୍ଷରୁ ଭାରତ ମହାସାଗରରେ ଜର୍ମାନୀର ଯୁଦ୍ଧଜାହାଜ ପାଟ୍ରୋଲିଂ କରିବ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଜର୍ମାନ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରୀ ଆନେଗ୍ରେଟ କ୍ରାମ୍ପ-କରେନବାଉର୍‌ କହିଛନ୍ତି। ଉକ୍ତ ଅଞ୍ଚଳରେ ଜର୍ମାନ ନୌସେନାର ଉପସ୍ଥିତି ଶୃଙ୍ଖଳା ରକ୍ଷା କରିବାରେ ସହାୟକ ହେବ। କରୋନା ସତ୍ତ୍ୱେ ୨୦୨୧ରେ ପ୍ରତିରକ୍ଷା ବାବଦରେ ଅଧିକ ବ୍ୟୟ ବରାଦ କରିବାକୁ ତାଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ଜର୍ମାନ ଯୁଦ୍ଧଜାହାଜ ମୁତୟନ ଦ୍ୱାରା ଦକ୍ଷିଣ ଚାଇନା ସାଗରରେ ସ୍ବାଧୀନ ନୌପରିବହନ ହେବା ନେଇ କ୍ରାମ୍ପ-କରେନବାଉର କିଛି କହିନାହାନ୍ତି।

Share