ନୂଆଦିଲ୍ଲୀ,୨୬ ।୫: ଭାରତରେ ପ୍ରସ୍ତୁତ ଭାରତ ବାୟୋଟେକର କରୋନା ଭ୍ୟାକି୍ସନ କୋଭାକ୍ସିନକୁ ଜର୍ମାନୀ ମଞ୍ଜୁରୀ ପ୍ରଦାନ କରିଛି । ବହୁଦିନ ହେଲା ଏହାକୁ ଅପେକ୍ଷା କରାଯାଇଥିଲା । ମଞ୍ଜୁରୀ ମିଳିବା ପରେ ଏବେ ସେହିମାନଙ୍କୁ ଫାଇଦା ମିଳିବାକୁ ଯାଉଛି ଯେଉଁମାନେ ଜର୍ମାନୀ ଯାତ୍ରା କରିବେ । ଜୁନ ୧ରୁ ଭାରତୀୟଙ୍କୁ ଆଉ ଭ୍ୟାକ୍ସିନେଶନ ସାର୍ଟିଫିକେଟ ଦେବାକୁ ପଡିବ ନାହିଁ । କୋଭାକ୍ସିନର ଏହି ମଞ୍ଜୁରୀ ଟ୍ରାଭେଲ ପାଇଁ ଦିଆଯାଇଛି । ଏହା ପୂର୍ବରୁ ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେଶନ(ଏଫଡିଏ) ଭାରତ ବାୟୋଟେକର କୋଭିଡ ୧୯ ଭ୍ୟାକ୍ସିନ ‘କୋଭାକ୍ସିନ’ର ୩ରୁ ୨ଟି ସ୍ତରର କ୍ଲିନିକାଲ ଟ୍ରାଏଲ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଥିଲା । ଆମେରିକା ଓ କାନାଡାରେ ଏହି ଭ୍ୟାକ୍ସିନ ପାଇଁ ଭାରତ ବାୟୋଟେକର ସହଭାଗି ଓ କୁଜେନ ଇଙ୍କ ପକ୍ଷରୁ ଜାରି ଏକ ବୟାନରେ ଏହି ସୂଚନା ଦିଆଯାଇଛି । ଏହି ବୟାନରେ କୁହାଯାଇଛି କି ଆମେ ଖୁବ ଖୁସି ଯେ ଭ୍ୟାକ୍ସିନ ପାଇଁ କ୍ଲିନିକାଲ ଟ୍ରାଏଲ ସହିତ ଆଗକୁ ବଢିପାରିବୁ ।