Categories: ଖେଳ

୩-୦ ଗୋଲରେ ଜାପାନକୁ ହରାଇଲା ଜର୍ମାନୀ…

ଭୁବନେଶ୍ୱର,୧୪।୧ : ହକି ବିଶ୍ୱକପ ୨୦୨୩ର ଜାପାନ ଏବଂ ଜର୍ମାନୀ ମଧ୍ୟରେ ଖେଳାଯାଉଥିବା ପୁଲ ବି ମ୍ୟାଚରେ ଜର୍ମାନୀ ଗୋଲରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜର୍ମାନୀ ୩-୦ ଗୋଲରେ ଜାପାନକୁ ପରାଜିତ କରିଛି।

ମ୍ୟାଚର ୩୫ ତମ ମିନିଟରେ ଜର୍ମାନୀ ପକ୍ଷରୁ ଗ୍ରେମ୍ବୁଶ ମୈଶ ଗୋଲ କରିଥିବାବେଳେ ୪୦ତମ ମିନିଟରେ ରୁହର କ୍ରିଷ୍ଟୋଫର ଗୋଲ କରିଥିଲେ। ଏହାପରେ ୪୮ତମ ମିନିଟରେ ପ୍ରିଞ୍ଜ୍‌ ଥିଶ୍‌ ଗୋଲ କରିଥିଲେ। ଜାପାନ ଖେଳାଳି ଗୋଲ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜର୍ମାନୀର ଡିଫେଣ୍ଡର ସମ୍ମୁଖରେ ବିଫଳ ରହିଥିଲେ।

Share