ଇସ୍ତଫା ଦେଲେ ଜର୍ମାନୀର ନୌସେନା ମୁଖ୍ୟ

ବର୍ଲିନ,୨୩ ।୧: ଜର୍ମାନୀର ନୌସେନା ମୁଖ୍ୟ ଏଚିମ ଶୋୟନବାଖ ନିକଟରେ ଭାରତରେ ଏକ କାର୍ଯ୍ୟକ୍ରମରେ ନିଜ ଦେଶର ନୀତି ବିରୋଧରେ ଯାଇ ୟୁକ୍ରେନ ସଙ୍କଟ ଉପରେ ଓଲଟା ବୟାନ ଦେଇଥିଲେ । ଏହାସହ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ବି ପ୍ରଶଂସା କରିଥିଲେ ଓ ତାଙ୍କୁ ସମ୍ମାନ ଦେବା କଥା କିହିଥିଲେ । ନୌସେନା ମୁଖ୍ୟଙ୍କ ଏଭଳି ବୟାନ ଜର୍ମାନ ସରକାରଙ୍କୁ ଠିକ୍ ଲାଗି ନ ଥିଲା । ଯାହା ଫଳରେ ଶୋୟନବାଖଙ୍କୁ ରବିବାର ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ଶୋୟନବାଖ ରୁଷିଆ ଓ ୟୁକ୍ରେନ ସଙ୍କଟ ସହ କ୍ରିମିୟାକୁ ନେଇ ଦେଇଥିବା ବୟାନକୁ ନେଇ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଥିଲେ । ଏହାସହ ସେ ତାଙ୍କ ଇସ୍ତଫା ପତ୍ର ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିନ ଲୌକ୍ରେଖ୍‌ତଙ୍କୁ ପଠାଇ ଦେଇଥିଲେ ଓ ତାଙ୍କୁ ଯେତେଶୀଘ୍ର ବରଖାସ୍ତ କରିବାକୁ କହିଥିଲେ । ନୌସେନା ମୁଖ୍ୟ କହିଛନ୍ତି ତାଙ୍କର ଏହି ଦାବିକୁ ନୌସେନା ମୁଖ୍ୟ ମାନି ନେଇଛନ୍ତି ।

Share