ନୂଆଦିଲ୍ଲୀ,୨୬।୪: କୋଭିଡ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଭାରତୀୟଙ୍କ ଯାତ୍ରା ଉପରେ ଜର୍ମାନୀ ବର୍ତ୍ତମାନ କଟକଣା ଲଗାଇଛି। କେବଳ ଜର୍ମାନୀ ନାଗରିକ ଏବଂ ଜର୍ମାନୀରେ ବାସ କରିବା ଲାଗି ଅନୁମତି ଲାଭ କରିଥିବା ବ୍ୟକ୍ତି ବିଶେଷ ସେହି ଦେଶକୁ ବିମାନ ଯାତ୍ରା କରିପାରିବେ। ଗତ ଗୋଟିଏ ସପ୍ତାହ ମଧ୍ୟରେ ବ୍ରିଟେନ, ୟୁନାଇଟେଡ ଆରବ ଏମିରେଟ୍ସ, କାନାଡା, କୁଏତ, ଓମାନ, ହଂକଂ ଏବଂ ସାଉଦି ଆରବ ଭଳି ଦେଶ ଭାରତୀୟଙ୍କ ବିମାନ ଯାତ୍ରା ଉପରେ ବ୍ୟାନ ଲଗାଇଛନ୍ତି। ସେହିଭଳି ସିଙ୍ଗାପୁର ଏବଂ ଇଣ୍ଡୋନେସିଆ ମଧ୍ୟ ସମାନ ପ୍ରକାରର କଟକଣା ଭାରତୀୟ ଉପରେ ଜାରି କରିଛନ୍ତି।