Categories: ଜାତୀୟ

ଯଦି ସାହସ ଅଛି ରକ୍ଷାବନ୍ଧନରେ ବିଲକିସ ବାନୋଙ୍କଠାରୁ ବାନ୍ଧ ରାଖୀ: ଭାଜପାକୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ…

ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇରେ ପାର୍ଟି କର୍ମୀ ତଥା ସମ୍ଭାଜୀ ବ୍ରିଗେଡ କର୍ମୀଙ୍କୁ ସମ୍ବୋଧିତ କରୁଥିବାବେଳେ ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ଉଦ୍ଧବ ଠାକରେ କହିଛନ୍ତି, ’ମୁଁ ଆପଣଙ୍କୁ କହିବାକୁ ଚାହେଁ ଏନଡିଏ ବୈଠକରେ କ’ଣ ଘଟିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ଏମପିମାନଙ୍କୁ କ’ଣ କହିଛନ୍ତି? ସେ କହିଛନ୍ତି, ଏଥର ମୁସଲମାନ ମହିଳାମାନଙ୍କ ପାଖକୁ ଯାଇ ରକ୍ଷାବନ୍ଧନ ଉତ୍ସବର ଆୟୋଜନ କର।

ମୁସଲମାନ ମହିଳାମାନଙ୍କଠାରୁ ରାଖୀ ବାନ୍ଧ। ଭାଜପା ଏହା କରିବା ଉଚିତ କିନ୍ତୁ ମଣିପୁରର ଭଉଣୀମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଜରୁରୀ ଏବଂ ସେମାନଙ୍କଠାରୁ ରାଖୀ ବାନ୍ଧିବା ମଧ୍ୟ ଆବଶ୍ୟକ।
ଯଦି ସାହସ ଅଛି ରକ୍ଷାବନ୍ଧନରେ ବିଲକିସ ବାନୋଙ୍କଠାରୁ ରାଖୀ ବାନ୍ଧିବାକୁ ଉଦ୍ଧବ ଭାଜପାକୁ ଚ୍ୟାଲେଞ୍ଜ ଦେଇଛନ୍ତି।

ଗର୍ଭବତୀ ଥିବା ସମୟରେ ବିଲକିସ ବାନୋଙ୍କୁ ବଳାତ୍କାର କରାଯାଇଥିଲା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ବଳାତ୍କାର କରାଯାଇଥିଲା। ଏହି ଘଟଣାର ସମସ୍ତ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରିଛନ୍ତି। ସେହିପରି ରାସ୍ତାରେ ବିନା ପୋଷାକରେ ବୁଲାଯାଇଥିବା ମଣିପୁରଙ୍କ ମହିଳାଙ୍କ ହାତରୁ ଭାଜପା ସଦସ୍ୟା ରାଖୀ ବାନ୍ଧନ୍ତୁ। ଏଭଳି ସାହସ ଭାଜପାର ନାହିଁ।

Share