Categories: ଜାତୀୟ

‘ପ୍ରସ୍ତୁତ ହୁଅନ୍ତୁ, ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା’

ନୂଆଦିଲ୍ଲୀ,୧୭।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ, ଇଚ୍ଛୁକ ଯୁବକମାନଙ୍କୁ ୪ ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯିବ। ଏହାକୁ ବିରୋଧ କରି ଛାତ୍ରମାନେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି। ଏହାସହ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି।
ଅନେକ ରାଜ୍ୟରେ ଉତ୍ତେଜନା ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ମୁଁ ସମସ୍ତ ଯୁବକଙ୍କୁ ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେବାକୁ ନିବେଦନ କରୁଛି। ସେମାନେ ଶାନ୍ତି ବଜାୟ ରଖନ୍ତୁ। ଖୁବ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଦୁଇ ବର୍ଷ ପାଇଁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାଇଁ ବୟସ ସୀମା ୨୧ ରୁ ୨୩ ବର୍ଷକୁ ହ୍ରାସ କରାଯାଇଛି। ଏହି କାରଣରୁ ଅନେକ ଯୁବକ ଏହି ଯୋଜନାର ଲାଭ ପାଇବେ।

Share