Advertisement
Categories: ଜାତୀୟ

ଏସବୁ ୨୯ ଆପ୍‌ ଫୋନ୍‌ରୁ ଶୀଘ୍ର ହଟାନ୍ତୁ: ରହିଛି ଭାଇରସ୍‌

ନୂଆଦିଲ୍ଲୀ, ୨୯।୭: କେତେକ ଆପ୍‌ରେ ଭାଇରସ୍‌ ରହିଥିବାରୁ ସେଗୁଡ଼ିକୁ ଶୀଘ୍ର ଫୋନ୍‌ ରୁ ହଟାଇବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ହ୍ବାଇଟ ଓପସ୍‌ର ଇଣ୍ଟେଲଜେନ୍ସ୍‌ ଟିମ୍‌ ଏସବୁ ଆପ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଆପ୍‌ ପ୍ଲେ ଷ୍ଟୋରରୁ ୟୁଜର ପ୍ରାୟତଃ ଡାଉନଲୋଡ୍‌ କରିଥାନ୍ତି। ଇତିମଧ୍ୟରେ ୩୫ ଲକ୍ଷ ୟୁଜର ଏସବୁ ଆପ୍‌କୁ ଡାଉନଲୋଡ୍‌ କରି ସାରିଛନ୍ତି। ଏସବୁ ଆପ୍‌ ଯୋଗୁ ଫୋନ୍‌କୁ ଭାଇରସ୍‌ ପ୍ରବେଶ କରୁଥିବା ଜଣାପଡ଼ିବା ପରେ ଗୁଗଲ ଏହାକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଏହି ଆପ୍‌ ଗୁଡ଼ିକ ମଧ୍ୟରେ ଅଟୋ ପିକଚର କଟ୍‌, କଲର କଲ୍‌ ଫ୍ଲାଶ୍‌, ସ୍କୋୟାର ଫଟୋ ବ୍ଲର, ସ୍କୋୟାର ବ୍ଲର ଫଟୋ, ମ୍ୟାଜିକ୍‌ କଲ୍‌ ଫ୍ଲାଶ୍‌, ଇଜି ବ୍ଲର, ଇମେଜ୍‌ ବ୍ଲର, ଅଟୋ ଫଟୋ ବ୍ଲର, ଫଟୋ ବ୍ଲର, ଫଟୋ ବ୍ଲର ମାଷ୍ଟର, ସୁପର କଲ୍‌ ସ୍କ୍ରିନ୍‌, ସ୍କୋୟାର ବ୍ଲର ମାଷ୍ଟର, ସ୍କୋୟାର ବ୍ଲର ଆଦି ଆପ୍‌ ରହିଛି। ସେହିପରି ଅନ୍ୟ ଆପ୍‌ ଗୁଡ଼ିକ ମଧ୍ୟରେ ସ୍ମାର୍ଟ ବ୍ଲର ଫଟୋ, ସ୍ମାର୍ଟ ଫଟୋ ବ୍ଲର, ସୁପର କଲ୍‌ ଫ୍ଲାଶ୍‌, ସ୍ମାର୍ଟ କଲ୍‌ ଫ୍ଲାଶ୍‌, ବ୍ଲର ଫଟୋ ଏଡ଼ିଟର, ବ୍ଲର ଇମେଜ୍‌ ଆଦି ଆପ୍‌ ରହିଥିବା ହ୍ବାଇଟ ଓପସ୍‌ର ଇଣ୍ଟେଲଜେନ୍ସ୍‌ ଟିମ୍‌ ପକ୍ଷରୁ କୁହାଯାଇଛି। ଏସବୁ ଆପ୍‌ ଦ୍ୱାରା ହ୍ୟାକର ୟୁଜରଙ୍କ ଗୁପ୍ତ ସୂଚନା ମଧ୍ୟ ହ୍ୟାକ୍‌ କରୁଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share