କଟକ ଅଫିସ,୧୪ା୮: ବିନା ଥଇଥାନରେ ଜଗତ୍ପୁର ଝାଡୁ ବସ୍ତି ସମେତ ଅନ୍ୟାନ୍ୟ ବସ୍ତି ଉଚ୍ଛେଦ ପ୍ରତିବାଦରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବସ୍ତି ବାସିନ୍ଦାମାନେ ଦୀର୍ଘବର୍ଷ ଧରି ଉକ୍ତ ସ୍ଥାନରେ ରହି ଦିନମଜୁରିଆ ଭାବେ କାମ କରି ଜୀବିକା ନିର୍ବାହ କରୁଛନ୍ତି। ରେଳ ବିଭାଗ ବିଭିନ୍ନ ପ୍ରକଳ୍ପ ନଁ।ରେ ୫ ବର୍ଷ ହେବ ବସ୍ତିଗୁଡିକ ଉଚ୍ଛେଦ ପାଇଁ ଉଦ୍ୟମ କରି ଆସୁଛି। ତେବେ ଉଚ୍ଛେଦ ପୂର୍ବରୁ ଥଇଥାନ ପାଇଁ କଟକ ଜିଲା ପ୍ରଶାସନ, ରେଳ ବିଭାଗର ଡିଆର୍ଏମ୍, ଜେନେରାଲ ମ୍ୟାନେଜର ଓ ରେଳ ମନ୍ତ୍ରୀଙ୍କୁ ଦରଖାସ୍ତ ଦିଆଯାଇଛି। ହେଲେ କୌଣସି ସୁଫଳ ମିଳିପାରିନାହିଁ। ଉଚ୍ଛେଦ ପୂର୍ବରୁ ଥଇଥାନ, ଉଚ୍ଛେଦ ନୋଟିସ୍ ପ୍ରତ୍ୟାହାର କରିବା ପାଇଁ ମଞ୍ଚ ପକ୍ଷରୁ ଦାବି ହୋଇଛି। ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆବାହକ ଖଗେଶ୍ୱର ସେଠୀ, ବସ୍ତି ନେତା ଦୀପକ ଦାସ, ପାଭେଲ ପ୍ରିୟଦର୍ଶନ, ସସ୍ମିତା ମହାନ୍ତି, ସିପ୍ରା ମହାନ୍ତି ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।