ଏମିତି ଦୂରକରନ୍ତୁ ଷ୍ଟ୍ରେଚ୍‌ମାର୍କ

ଅନେକ ଯୁବତୀଯୁବକ ମୋଟା ହୋଇଗଲେ ସେମାନଙ୍କ ଶରୀରର କେତେକ ସ୍ଥାନରେ ଷ୍ଟ୍ରେଚ୍‌ମାର୍କ ଦେଖାଯାଏ, ଯାହାକି ଫ୍ୟାଶନେବଲ୍‌ ଡ୍ରେସ୍‌ ପିନ୍ଧିବା ବେଳେ
ଖରାପ ଦେଖାଯାଏ; ଯେଉଁଥିପାଇଁ ସେମାନେ ବ୍ୟସ୍ତ ହୋଇପଡ଼ନ୍ତି। ଯଦିଓ ଏହାକୁ କମ୍‌ କରିବା ଲାଗି ଅଧିକ ସମୟ ଲାଗିଥାଏ, ତଥାପି କେତୋଟି ଉପାୟ ଆପଣାଇ ଷ୍ଟ୍ରେଚ୍‌ମାର୍କ ଶୀଘ୍ର ଦୂର କରିପାରିବେ…

ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ମଧ୍ୟ ଫ୍ୟାଟ୍‌ନେସ୍‌ ବଢ଼ିବା କାରଣରୁ ଅନେକଙ୍କଠାରେ ଷ୍ଟ୍ରେଚ୍‌ମାର୍କ ଦେଖାଯାଉଛି। ତା’ଛଡ଼ା କମ୍‌ ପାଣି ପିଇବା ଦ୍ୱାରା ଶରୀରର ଜଳୀୟାଂଶ କମିଲେ ବି ଏହି ସମସ୍ୟା ଦେଖାଦିଏ। ତେଣୁ ଆବଶ୍ୟକ ପରିମାଣରେ ପାଣି ପିଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସୁଷମ ଖାଦ୍ୟ ଖାଇବା ସହ ଦିନକୁ ଅତି କମ୍‌ରେ ୩-୪ ଲିଟର ପାଣି ପିଅନ୍ତୁ।

ପରାମର୍ଶକ୍ରମେ କୌଣସି ଏକ ଭଲ ସ୍ପେଶିଆଲାଇଜ୍‌ଡ କ୍ରିମ୍‌, ଷ୍ଟ୍ରେଚ୍‌ମାର୍କ ରିକଭରି ସିରମ୍‌, ବଡି ଫର୍ମିଙ୍ଗ୍‌ ଜେଲ୍‌ ଆଦି ସକାଳେ ଏବଂ ସନ୍ଧ୍ୟାରେ ଲଗାନ୍ତୁ ଉପକୃତ ହେବେ। ଏସବୁ କେମିକାଲ୍‌ ଫ୍ରି ହୋଇଥିଲେ ଭଲ।

ପାଣିରେ ଗାଧୋଇବା ପରେ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନରେ ଧୀରେ ଧୀରେ ପ୍ରାୟ ୨ ମିନିଟ୍‌ ପର୍ଯ୍ୟନ୍ତ ଅଏଲ୍‌ ମସାଜ୍‌ କରିବା ଦ୍ୱାରା ତାହା ନରମ ହେବା ସହ ମାର୍କ ଦୂର ହେବାରେ ସାହାଯ୍ୟ କରିଥାଏ। ଏଥିପାଇଁ ବାୟୋ ଅଏଲ୍‌ କିମ୍ବା ନଡ଼ିଆ ତେଲ ସବୁଠୁ ଭଲ। ଆପଣ ଚାହିଁଲେ ଏଥିପାଇଁ ଅନ୍ୟ ମସାଜ୍‌ ଅଏଲ୍‌ ମଧ୍ୟ ବ୍ୟବହାର କରିପାରିବେ।

କଟନ୍‌ ସାହାଯ୍ୟରେ ଲେମ୍ବୁ ରସ ନେଇ ଷ୍ଟ୍ରେଚ୍‌ମାର୍କ ଥିବା ସ୍ଥାନରେ ଲଗାଇ ଦଶ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ନଖଉଷୁମ ପାଣିରେ ଗାଧୋଇ ପଡ଼ନ୍ତୁ। ଫଳରେ ଲେମ୍ବୁରେ ଥିବା ପ୍ରାକୃତିକ ଏସିଡ୍‌ ଷ୍ଟ୍ରେଚ୍‌୍‌ମାର୍କ ଦୂର କରିବାରେ ସାହାଯ୍ୟ କରିଥାଏ।
ସ୍କିନ୍‌ ରିପେୟାର୍‌ କରିବାରେ ଏକ୍ସରସାଇଜ୍‌ ବେଶ୍‌ ସାହାଯ୍ୟ କରିଥାଏ। ଯାହା ଫୁଲିଯାଇଥିବା ଏବଂ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନକୁ ଧୀରେ ଧୀରେ ରିପେୟାର୍‌ କରି ପୂର୍ବ ଭଳି ସୁନ୍ଦର କରିଥାଏ।