Categories: ଫୁରସତ

୧୯୨ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହୋଇ ରେକର୍ଡ ସୃଷ୍ଟି କଲେ ଏହି ବ୍ୟକ୍ତି

ପୋଲାଣ୍ଡରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତ ୧୭ ବର୍ଷ ଧରି ଡ୍ରାଇଭିଂ ଶିଖୁଛନ୍ତି। ଇତିମଧ୍ୟରେ ସେ ୧୯୨ ଥର ଡ୍ରାଇଭିଂ ଟେଷ୍ଟ ମଧ୍ୟ ଦେଇସାରିଲେଣି। ମାତ୍ର ସଫଳତା ହାସଲ କରିପାରିନାହାନ୍ତି। ତେବେ ବିଫଳ ହୋଇ ମଧ୍ୟ ସେ ଦେଶରେ ରେକର୍ଡ ସୃଷ୍ଟି କରିଛନ୍ତି। ଖାଲି ସେତିକି ନୁହେଁ, ଡ୍ରାଇଭିଂ ଶିଖିବା ପାଇଁ ସେ ଗତ ୨ ବର୍ଷ ମଧ୍ୟରେ ୧ ଲକ୍ଷରୁ ଅଧିକ ଫିସ୍‌ ବି ଦେଇସାରିଲେଣି।

ସାଧାରଣତଃ ପୋଲାଣ୍ଡରେ କୌଣସି ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ହାସଲ କରିବାକୁ ହେଲେ ପ୍ରଥମେ ଏକ ଥିଓରୀ ପରୀକ୍ଷାରେ ପାସ କରିବାକୁ ପଡ଼ିଥାଏ। ଏହା ପରେ ପ୍ରାକ୍ଟିକାଲ ପେପର ପରୀକ୍ଷା ଦେବାକୁ ପଡ଼ିଥାଏ। ପରୀକ୍ଷା ପାସ ହାର ଥିଓରୀ ପାଇଁ ୫୦ରୁ ୬୦ ପ୍ରତିଶତ ରଖିବା ଆବଶ୍ୟକ। ପ୍ରାକ୍ଟିକାଲରେ ଏହା ୪୦ ପ୍ରତିଶତ ହେବା ଦରକାର।

ପୋଲାଣ୍ଡର ଲୋକେ ଏହି ପରୀକ୍ଷାରେ ୨ କି ୩ ଥରରେ ପାସ କରିଯାଇଥାନ୍ତି। ମାତ୍ର ଏଠାକାର ଜଣେ ବ୍ୟକ୍ତି ୧୯୨ ଥର ଡ୍ରାଇଭିଂ ଟେଷ୍ଟ ଦେଇସାରିଥିଲେ ମଧ୍ୟ ବିଫଳ ହୋଇଛନ୍ତି।

ଷ୍ଟେନିସ୍ଲୋ ନାମକ ଡ୍ରାଇଭିଂ ଇନ୍‌ଷ୍ଟ୍ରକ୍ଟର କୁହନ୍ତି, ମୋତେ ଲାଗୁଛି ପୋଲାଣ୍ଡରେ ୨୦ରୁ ୩୦ ଥର ଅଧିକ ସୁଯୋଗ ଦିଆ ନ ଯାଉ। ମୋ’ ମତରେ ଯେକୌଣସି ବ୍ୟକ୍ତି ପାଇଁ ଗାଡ଼ି ଚଳାଇବାରେ ଗମ୍ଭୀରତା କି ନାହିଁ ତାହା ପ୍ରମାଣ କରିବାକୁ ଅନେକ ସୁଯୋଗ ଅଛି। ଯଦି ଜଣେ ବ୍ୟକ୍ତି ଡ୍ରାଇଭିଂ ଶିଖୁଛନ୍ତି ତେବେ ଭଲ ଭାବେ ଶିଖନ୍ତୁ। ନଚେତ୍‌ ଏପରି ଲୋକ ଗାଡ଼ି ଧରି ରାସ୍ତାରେ ଗଲେ ଅନ୍ୟମାନେ ସମସ୍ୟାରେ ପଡ଼ିବେ।

Share