Categories: ଜାତୀୟ

କର୍ନାଟକରେ ବଜରଙ୍ଗ ବାଲିଙ୍କ ଗଦା ପାହାର ଖାଇ ମହାରାଷ୍ଟ୍ରରେ ଔରଙ୍ଗଜେବ ଜପ କରୁଛି ଭାଜପା: ଉଦ୍ଧବଙ୍କ କଟାକ୍ଷ…

ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, କର୍ନାଟକରେ ବଜରଙ୍ଗ ବାଲିଙ୍କ ଗଦାରେ ଭାଜପାକୁ ବଡ଼ ଆଘାତ ଲାଗିଥିଲା। ଗଦା ପାହାର ଖାଇ ଭାଜପା ବର୍ତ୍ତମାନ ମହାରାଷ୍ଟ୍ରରେ ଔରଙ୍ଗଜେବ ଔରଙ୍ଗଜେବ ଜପ କରୁଛନ୍ତି । ମୁଁ କହୁଛି ଆମେ ଔରଙ୍ଗଜେବର ଅନୁଗାମୀ ଚାହୁଁ ନାହୁଁ।

ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ  ଅମିତ ଶାହା ମହାରାଷ୍ଟ୍ରରେ କ’ଣ ଘଟୁଛି ତାହା କ‘ଣ ଜାଣୁ ନାହାନ୍ତି। ଯଦି ଆପଣଙ୍କ ପାଖରେ କୌଣସି ସୂଚନା ନାହିଁ ତେବେ ଆପଣ ସ୍ବରାଷ୍ଟ୍ର ମନ୍ତ୍ରୀ କାହିଁକି? ମୁଁ କହୁଛି ଔରଙ୍ଗଜେବ ଜୀବିତ ଅଛି। ଦେଖନ୍ତୁ ରାଜ୍ୟରେ କଣ ଘଟୁଛି। ଜଣେ ଔରଙ୍ଗଜେବ ଅଛନ୍ତି ଯିଏ ଶିବସେନାକୁ ବିଭକ୍ତ କରିଛନ୍ତି। ରାଜ୍ୟରେ ଆଉ ଜଣେ ଔରଙ୍ଗଜେବ ଅଛନ୍ତି ଯିଏ ଏନସିପିକୁ ଭାଗ ଭାଗ କରିଛନ୍ତି। ଦେବେନ୍ଦ୍ର ଫଡନାଭିସଙ୍କ ଭିତରେ ଔରଙ୍ଗଜେବ ଅଛି ।

ଭାଜପା କ୍ୟାଡରଙ୍କ ପାଇଁ ମୁଁ ଦୁଃଖିତ, କାରଣ ସେମାନଙ୍କୁ ଦଳରେ’‘ଆୟାରାମ ’ଙ୍କ ପୂଜା କରିବାକୁ ପଡୁଛି। ଦେବେନ୍ଦ୍ର ଫଡନାଭିସ ଏପରି ମନ୍ତ୍ରୀ ହୋଇଛନ୍ତି ଯିଏ ଆସୁଥିବା ଲୋକଙ୍କ ରେକର୍ଡ ରଖୁଛନ୍ତି। ସେ କେତେ ଭାର ବହନ କରିବେ? ସେମାନଙ୍କ ପାଖରେ ନିଜର ଶିବସୈନିକ ନାହାନ୍ତି।

ସେମାନେ ରାଜନୈତିକ ଦଳର ସଦସ୍ୟଙ୍କୁ ଏନସିପି ବନାମ ଏନସିପି ପରି ପରସ୍ପର ସହିତ ଲଢ଼ାଉଛନ୍ତି। ଯିଏ ଚାହିଁଲା ସେମାନେ ତାଙ୍କୁ ଭାଜପାରେ ସାମିଲ କରୁଛନ୍ତି। ସେଥିପାଇଁ କୌଣସି ଯୋଗ୍ୟତା ନାହିଁ। ତାଙ୍କ ପାର୍ଟିରେ କିଛି ଲୋକ ଅଛନ୍ତି ଯେଉଁମାନେ ପୋଷାକ ମଧ୍ୟ ପିନ୍ଧନ୍ତି ନାହିଁ ।

Share