Categories: ବାଣିଜ୍ୟ

ଆଇଆର୍‌ଏସ୍‌ ସହ ଜିଜିଓଆଇର ବୁଝାମଣା

ନୂଆଦିଲ୍ଲୀ,୨୭।୧୨:ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ର ୧୦୦% ଅଂଶୀଦାର (ସବ୍‌ସିଡାରି) ଆମେରିକୀୟ କମ୍ପାନୀ ଗେଲ୍‌ ଗ୍ଲୋବାଲ ୟୁଏସ୍‌ଏ ଇଙ୍କ୍‌ (ଜିଜିୟୁଆଇ) ଏବଂ ଇଣ୍ଟରନାଲ ରେଭିନ୍ୟୁ ସର୍ଭିସ୍‌ (ଆଇଆର୍‌ଏସ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆସନ୍ତା ୫ବର୍ଷ ପାଇଁ ୟୁଏସ୍‌ଏରୁ ଏଲ୍‌ଏନ୍‌ଜି ରପ୍ତାନି ପାଇଁ ଉକ୍ତ ବୁଝାମଣା ହୋଇଛି। ଏପରିକି ଆଇଆର୍‌ଏସ୍‌ ଆଡଭାନ୍ସ ପ୍ରାଇସିଂ ଏଗ୍ରିମେଣ୍ଟ (ଏପିଏ) ଜରିଆରେ ଏଲ୍‌ଏନ୍‌ଜି ରପ୍ତାନି ନେଇ ବିସ୍ତୃତ ଆଲୋଚନା ହୋଇଛି। ଏହି ପରିପ୍ରେକ୍ଷୀରେ ଏକ ଚୁକ୍ତିପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏପିଏମ୍‌ଏର ନିର୍ଦ୍ଦେଶକ ଜନ୍‌ ଓ୍ବାଲଙ୍କ ଜିଜିପିଆଇର ପ୍ରେସିଡେଣ୍ଟ ଅଜୟ ଚିତ୍ରେ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share