କେନ୍ଦୁଝର, ୧୨।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ବୁଧବାର ରାତିରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପୁଅ ଦେବାଶିଷ ପାତ୍ରଙ୍କ କହିବା ଅନୁଯାୟୀ, ବିଧାୟକ ମୂତ୍ରାଶୟ ସଂକ୍ରମଣରେ ପୀଡ଼ିତ ଅଛନ୍ତି। ସାମାନ୍ୟ ଅପରେଶନ ଆବଶ୍ୟକ ପଡୁଥିବାରୁ ଡାକ୍ତର ନିଷ୍ପତ୍ତି ନେବେ। ଗତବର୍ଷ ଡିସେମ୍ବରରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଅସୁସ୍ଥ ହୋଇପଡ଼ିଥିଲେ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟରେ ହାଇଦ୍ରାବାଦ ନିଆଯାଇଥିଲା।