Categories: ଜାତୀୟ

ଫୋନ ପାଇଁ ୧୫ କି.ମି. ରାସ୍ତାରେ ଘୋଷାଡିଲେ ଲୁଟେରା, ବିଟେକ୍‌ ଛାତ୍ରୀଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ, ସାମ୍ନାକୁ ଆସିଲା ଗାଜିଆବାଦ ଘଟଣାର ପୂରା ଭିଡିଓ…

ଗାଜିଆବାଦ, ୩୧।୧୦: ଗାଜିଆବାଦର ଏକ ଅଟୋ ରିକ୍ସାରେ ଯାତ୍ରା କରୁଥିବା କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ କିର୍ତ୍ତି ସିଂ (୧୯) ଗତ ଶୁକ୍ରବାର ଲୁଟ୍‌ର ଶିକାର ହୋଇଥିଲେ। କିର୍ତ୍ତି ଏବଂ ତାଙ୍କ ସାଙ୍ଗ ୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଜଣେ ଯୁବକ କିର୍ତ୍ତିଙ୍କଠାରୁ ଫୋନ ଛଡାଇ ନେବାକୁ ଚେଷ୍ଟା କରିଥିଲେ,ହେଲେ ଏଥିରେ ସେ ବିଫଳ ହୋଇଥିଲେ। ଏଥିରେ କ୍ରୋଧିତ ହୋଇ ଲୁଟେରା କିର୍ତ୍ତିଙ୍କ ହାତକୁ ଅଟୋ ଭିତରୁ ଘୋଷାଡି ଆଣିଥିଲେ। ଫଳରେ କିର୍ତ୍ତି ରାସ୍ତାରେ ପଡିଯାଇଥିଲେ। ପଡିଯିବା ପରେ କିର୍ତ୍ତିଙ୍କ ହାତକୁ ଧରି ଲୁଟେରା ୧୫ କିଲୋମିଟର ପର୍ଯ୍ୟନ୍ତ ଟାଣିନେଇଥିଲେ। ଏଥିରେ କିର୍ତ୍ତି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁଃଖଦାୟକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Share