୫ ବର୍ଷ ପୂର୍ବେ ହୋଇଯାଇଥିଲେ ଛାଡ଼ପତ୍ର: ହେଲେ ସ୍ବାମୀଙ୍କ ହୋଇଛି ହୃଦଘାତ, ତା’ପରେ…

ଗାଜିଆବାଦ,୧।୧୨: କୁହାଯାଏ ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଇ ଜଣଙ୍କ ଭିତରେ କେବେକେବେ ବୁଝାମଣା ବାଟବଣା ହେଲେ ବି ସମୟ ଆସିଲେ ପରସ୍ପର ପରସ୍ପର ପାଇଁ ସାହାରା ପାଲଟନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିଆବାଦରେ। ଜିଲାର ଅଧିବାସୀ ସ୍ବାମୀ-ସ୍ତ୍ରୀ ୫ବର୍ଷ ପୁର୍ବେ କୋର୍ଟରେ କେସ୍‌ ଲଢି ପରସ୍ପର ଅଲଗା ହୋଇଯାଇଥିଲେ। ହେଲେ ନିକଟରେ ଯେବେ ସ୍ବାମୀଙ୍କ ଉପରେ ବିପଦ ଆସିଲା ସ୍ତ୍ରୀ ଛାଇ ଭଳି ଆସି ସାହାରା ହେଲେ।

ପ୍ରୟାଗରାଜର ବିନୟ ଜଏସଓ୍ବାଲ ସ୍ତ୍ରୀ ପୂଜା ଚୌଧୁରୀଙ୍କର ୨୦୧୨ରେ ବିବାହ ହୋଇଥିଲା। ବର୍ଷକ ମଧ୍ୟରେ ଦୁହିଁଙ୍କ ଭିତରେ ମତଭେଦ ଯୋଗୁ ୨୦୧୮ରେ ଛାଡପତ୍ର ହୋଇଥିଲା। ଛାଡପତ୍ର ମାମଲା ନେଇ ୩ଟି କୋର୍ଟରେ ଫଇସଲା ହୋଇଥିଲା। ପ୍ରଥମେ ଗାଜିଆବାଦ କୋର୍ଟ, ହାଇକୋର୍ଟ ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା। ୫ବର୍ଷର ଲମ୍ବା ଲଢେଇ ପରେ ଦୁହେଁ ଅଲଗା ହୋଇଯାଇଥିଲେ।

ଯେତେବେଳେ ବିନୟଙ୍କ ହୃଦଘାତ ଆସିଲା ହାର୍ଟ ସର୍ଜରୀ ହୋଇଥିଲା, ପୂଜା ଏହି ଖବର ଶୁଣି ସ୍ବାମୀଙ୍କ ପାଖକୁ ଚାଲି ଆସିଥିଲେ। ସେ ସିଧା ହସ୍ପିଟାଲରେ ପହଞ୍ଚିବା ସହ ବିନୟଙ୍କ ସେବା ଶ୍ରୁଶଷା କରିଥିଲେ। ଏହାରି ଭତରେ ଦୁହିଁଙ୍କ ଭିତରେ ମଳିନ ପଡିଯାଇଥିବା ପ୍ରେମ ପୁଣି ଚହଟି ଉଠିଲା। ସବୁ ପ୍ରକାର ମତଭେଦ ଭୁଲି ଦୁହେଁ ନଭେମ୍ବର ୨୩ରେ ପରିବାର ଉପସ୍ଥିତିରେ ଗାଜିଆବାଦର ଏକ ଆର୍ଯ୍ୟ ମନ୍ଦିରରେ ବିବାହ କରିଛନ୍ତି। ତାଙ୍କ ବିବାହ ଫଟୋକୁ ବିନୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ଦୁହେଁ ଖୁବ୍‌ ଖୁସି ଲାଗୁଛନ୍ତି। ଫଟୋଟି ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 

Share