ଗାଜିଆବାଦର ଶପିଂ କଲେ ଶେଖ ହାସିନା, କିଣିଲେ ୩୦ ହଜାର ଟଙ୍କାର ଜିନିଷ, ଟଙ୍କା ନ ଅଣ୍ଟିବାରୁ କଲେ…

ନୂଆଦିଲ୍ଲୀ,୭।୮: ବାଂଲାଦେଶରେ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଆସିଥିବା ଶେଖ ହାସିନା ଏବେ ମଧ୍ୟ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅଛନ୍ତି। ଏଠାରେ ତାଙ୍କୁ ସୁରକ୍ଷିତ ଘରେ ରଖାଯାଇଛି। ଯଦିଓ ଶେଖ ହାସିନା ବାଂଲାଦେଶ ଛାଡିବା ପୂର୍ବରୁ ନିଜ ସହ ଅଧିକ କିଛି ଆଣିପାରିନଥିଲେ, ତଥାପି ସେ ତାଙ୍କ ସହ କିଛି ସୁଟକେସ ଏବଂ ବ୍ୟାଗ ଆଣିଥିବା କୁହାଯାଉଥିଲା। ଏହି ସମୟରେ କିଛି ଜରୁରୀ ଜିନିଷ ହିଣ୍ଡନ ଏୟାରବେସରେ ଶେଖ ହାସିନା କିଣିଛନ୍ତି।

ସୂଚନାନୁସାରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗତକାଲି ହିଣ୍ଡନ ବାୟୁସେନା ଷ୍ଟେଶନର ଶପିଂ କମ୍ପ୍ଲେକ୍ସରୁ ତାଙ୍କ ଭଉଣୀ ଏବଂ ନିଜ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିଛନ୍ତି। ସୂତ୍ରରୁ ପ୍ରକାଶ ଯେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ୩୦,୦୦୦ ଟଙ୍କା ମୂଲ୍ୟର ଜିନିଷ କିଣିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ସେ ଏହି ପେମେଣ୍ଟକୁ ଭାରତୀୟ ମୁଦ୍ରାରେ କରିଥିଲେ, କିନ୍ତୁ ତାଙ୍କ ପାଖରେ ଟଙ୍କା ଶର୍ଟ ପଡ଼ିଲା। ଏହା ପରେ ସେ ଏହାକୁ ବାଂଲାଦେଶୀ ନୋଟ ଦେଇଥିଲେ ଏବଂ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଥିଲେ। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବାଂଲାଦେଶ ଛାଡିବାବେଳେ ଶେଖ ହସିନା ୪ଟି ସୁଟକେସ ଏବଂ ଦୁଇଟି ବ୍ୟାଗ ନେଇ ଆସିଥିଲେ। ଯେଉଁଥିରେ ଅତ୍ୟାବଶ୍ୟକ ସାମଗ୍ରୀ ରହିଥିଲା।

Share