Categories: ଜାତୀୟ

ଅତିଥିଙ୍କ ଦେହରେ ଅଇଁଠା ପ୍ଲେଟ୍‌ ବାଜିବାରୁ ଓ୍ବେଟରଙ୍କୁ ପିଟିପିଟି ହତ୍ୟା: ୩ ଅଭିଯୁକ୍ତ ଚିହ୍ନଟ

ଗାଜିଆବାଦ,୭ା୧୨: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଅଇଁଠା ପ୍ଲେଟ୍‌ ଥିବା ଏକ ଟ୍ରେ ଅତିଥିମାନଙ୍କ ଦେହରେ ବାଯିବାରୁ ଜଣେ ୨୬ ବର୍ଷୀୟ ଓ୍ବେଟରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ନଭେମ୍ବର ୧୭ ତାରିଖ ସନ୍ଧ୍ୟାରେ ଗାଜିଆବାଦର ପୁଷ୍ଟ ରୋଡରେ ଥିବା ସିଜିଏସ୍‌ ବାଟିକା ଗେଷ୍ଟ ହାଉସ୍‌ରେ ଏକ ବିବାହ ଉତ୍ସବ ଚାଲିଥିଲା। ସେତିକିବେଳେ ଜଣେ ଓ୍ବେଟର ଟ୍ରେରେ ଅଇଁଠା ପ୍ଲେଟ୍‌ଗୁଡ଼ିକୁ ନେଉଥିବା ବେଳେ ଏହା ଅତିଥିଙ୍କ ଦେହରେ ଲାଗି ଯାଇଥିଲା। ଏହାକୁ ନେଇ ବଚସା ହୋଇ ପରବର୍ତ୍ତୀ ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ପଙ୍କଜ ନାମକ ସମ୍ପୃକ୍ତ ଓ୍ବେଟରକୁ କେତେଜଣ ନସ୍ତୁକ ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଦେଇଥିଲେ। ତା’ ପରଦିନ ପଙ୍କଜଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପକ୍ଷେ ପଙ୍କଜ ଗେଷ୍ଟ ହାଉସ୍‌କୁ କାମ କରିବାକୁ ଯାଇ ଘରକୁ ଫେରି ନ ଥିବା ପଙ୍କଜଙ୍କ ମା’ ଥାନାରେ ଏକ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ଜଣାପଡିଛି।

Share