ଘୋଗଡ଼,ପରଶୁଲୁଣ୍ଡା ସଂରକ୍ଷିତ ଶାଗୁଆନ ଜଙ୍ଗଲ ପଦା ହେଉଛି

ଭଞ୍ଜନଗର,୬ା୬ (ବାବୁଲା ପ୍ରଧାନ)ସମଗ୍ର ଦେଶରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପରିବେଶ ପ୍ରତି ଯେଉଁଭଳି ବିପତ୍ତି ମାଡ଼ି ଆସୁଛି, ତାହାର ମୁକାବିଲା ପାଇଁ ଆଜିର ଦିବସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେଣୁ ଚାରାରୋପଣ ସହ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ କେତକ ସ୍ଥାନରେ ଗୋଟିଏ ପଟେ ଚାରାରୋପଣ ହେଉଥିବା ବେଳେ ଅନ୍ୟପଟେ ଜଙ୍ଗଲ ଧ୍ୱଂସ କରାଯାଉଛି। ଦିନଥିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଘୋଗଡ଼ ସଂରକ୍ଷିତ ଶାଗୁଆନ ଜଙ୍ଗଲ ସମଗ୍ର ଦେଶରେ ପରିଚିତ ଥିଲା। ଉତ୍ତର ଘୁମୁସର ବନଖଣ୍ଡର ଭଲ ଜଙ୍ଗଲ ଏବଂ ଭିଏସ୍‌ଏସ୍‌ କର୍ମକର୍ତାଙ୍କ ଜଙ୍ଗଲ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୫ରେ ସର୍ବଭାରତୀୟସ୍ତରରେ ଇନ୍ଦିରା ପ୍ରିୟଦର୍ଶନୀ ବୃକ୍ଷମିତ୍ର ପ୍ରଥମ ପୁରସ୍କାର ମିଳିଥିଲା। ତତ୍କାଳୀନ ଡିଏଫଓ ତଥା ବର୍ତ୍ତମାନର ପିସିସିଏଫ୍‌ ସୁଶାନ୍ତ ନନ୍ଦଙ୍କ ବ୍ୟକ୍ତିଗତ ପ୍ରଚେଷ୍ଠାରେ ବନଖଣ୍ଡକୁ ଏହି ସଫଳତା ମିଳିଥିଲା। କିନ୍ତୁ ଆଜି ଉକ୍ତ ସଂରକ୍ଷିତ ଜଙ୍ଗଲ ତାହାର ପରିଚୟ ହଜାଇବାକୁ ବସିଛି। ଅଧିକାଂଶ ସ୍ଥାନରେ ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଠାରୁ ଦୂରେଇ ଯାଇଛନ୍ତି ବନ କର୍ମଚାରୀ । ଏଥିସହ କେନ୍ଦ୍ରୀୟ ବନାଞ୍ଚଳର ପରଶୁଲୁଣ୍ଡା ସଂରକ୍ଷିତ ଶାଗୁଆନ ଜଙ୍ଗଲ ମଧ୍ୟ ଧିରେ ଧିରେ ପଦା ହେଉଛି । ଶାଗୁଆନ କାଠ ଅତ୍ୟନ୍ତ ମୂଲ୍ୟବାନ ହୋଇଥିବା ଯୋଗୁ କାଠ ମାଫିଆମାନେ ଉକ୍ତ ଦୁଇ ଜଙ୍ଗଲ ଉପରେ ନଜର ପକାଇ କାଠ ଚୋରାଇ ନେବାରେ ସକ୍ଷମ ହେଉଛନ୍ତି, ଯାହାକି ଚିନ୍ତାଜନକ ବିଷୟ। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ଉକ୍ତ ଦୁଇ ଶାଗୁଆନ ଜଙ୍ଗଲର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ଖୋଲାଥିବା ସ୍ଥାନରେ ନୂତନ ଶାଗୁଆନ ଜଙ୍ଗଲ ସୃଷ୍ଟି କରାଯାଉ। ଏହିଭଳି ପରିସ୍ଥିତିରେ ବୁଧବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼, ଗାଲେରୀ, ତାରସିଂ, କେନ୍ଦ୍ରୀୟ, ଜଗନ୍ନାଥପ୍ରସାଦ ରେଞ୍ଜରେ ଏହି ଦିବସ ପାଳିତ ହୋଇଯାଇଛି । ଏଥିସହ କେତେକ ଉସତ୍ବ ସ୍ଥଳଗୁଡ଼ିକରେ ଚାରାରୋପଣ ଉସତ୍ବ ହୋଇଥିଲା । କିନ୍ତୁ ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ କେବଳ ଫଟୋ ଉଠାଇ କାମ ଚଳାଇବା ଲକ୍ଷ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିବା ଅନୁମାନ କରାଯାଇଥିଲା । ତେଣୁ ତାରସିଂ ରେଞ୍ଜ କାର୍ଯ୍ୟାଳୟରେ ରେଞ୍ଜର ଅରୁଣ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା। ଏଥିରେ ସେ ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ୧୦ରୁ ୧୨ଜଣ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ। ଫଟୋ ଉଠା ହେଲା। ରେଞ୍ଜର, ଡ଼େପୁଟି ରେଞ୍ଜର ଭାଷଣ ଦେଲେ। ଏହାପରେ କାର୍ଯ୍ୟାଳୟ ସମ୍ମୁଖରେ ଚାରା ଗୋଟିଏ ଲଗାଇ କର୍ମଚାରୀମାନେ କାମସାରି ଦେଇଥିଲେ। ଉକ୍ତ ରେଞ୍ଜରେ ଜାଇକା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ଆର୍ଥତ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି। ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ ସଚେତନତା ଏବଂ ଉସତ୍ାହିତ କରିବା ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଉଛି। କିନ୍ତୁ ତାରସିଂ ରେଞ୍ଜ ପକ୍ଷରୁ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) କର୍ମକର୍ତ୍ତାମାନଙ୍କୁ ଆଜିର ବୈଠକକୁ ଡ଼କା ଯାଇନଥିଲା । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇବା ପାଇଁ ଆଜି କେବଳ ହାତ ଗଣତି କର୍ମଚାରୀଙ୍କ ଉପସ୍ଥିତିରେ ଏହି ଦିବସ ପାଳିତ ହୋଇଥିଲା। ସେହିଭଳି ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ଉତ୍ତର ଘୁମୁସର ବନଖଣ୍ଡସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଉସତ୍ବରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ଆବଶ୍ୟକତା ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ଅବସରପ୍ରାପ୍ତ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ, ଅବସରପ୍ରାପ୍ତ ସେନା ଅଧିକାରୀ ଆର.ଏନ. ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ବନ ସୁରକ୍ଷା ସମିତି କର୍ମକର୍ତାମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଗାଲେରୀ ରେଞ୍ଜ ପକ୍ଷରୁ କରଡ଼ାବଣି ନର୍ସରୀ ପରିସରରେ ଏହି ଉସତ୍ବ ପାଳିତ ହୋଇଥିଲା। ରେଞ୍ଜର ଆଶାଲତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନପାଳ ଶୁଭସ୍ମିତା ପାତ୍ର, ବବୁଲ ସେଠୀ, ଭିଏସ୍‌ଏସ୍‌ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image