Categories: ଜାତୀୟ

ୟୁପି ଉପନିର୍ବାଚନ: ଘୋଷି ଆସନରୁ ଦାରା ସିଂ ଚୌହାନଙ୍କୁ ପ୍ରାର୍ଥୀ କଲା ଭାଜପା

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ମଉ ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାନଚ ପାଇଁ ଭାଜପା ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଦାରା ସିଂ ଚୌହାନଙ୍କୁ ଟିକେଟ୍‌ ଦେଇଛି। ଦଳ ଦାରା ସିଂ ଚୌହାନ ସମାଜବାଦୀ ପାର୍ଟି ଛାଡି ସୁଭାସପା ଅଧ୍ୟକ୍ଷ ଓମ ପ୍ରକାଶ ରାଜଭରଙ୍କ ସହ ଭାଜପାରେ ଯୋଗଦଇଥିଲେ। ତେବେ ବର୍ତ୍ତମାନ ଘୋଷି ଆସନ ପାଇଁ ଭାଜପା ହାଇକମାଣ୍ଡ ତାଙ୍କ ଉପରେ ଭରସା କରିଛନ୍ତି।

Share