Categories: ଫୁରସତ

ଗାଁରେ ‘ଭୂତ ପୂଜା’

କୋଲକାତା: ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ତେବେ ପଶ୍ଚିମବଙ୍ଗରେ ଏପରି ଏକ ପରମ୍ପରା ପାଳନ କରାଯାଏ, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିବ। ସେଠାରେ ଲୋକେ ‘ଭୂତ ପୂଜା’ କରିଥାନ୍ତି। ଏହି ପୂଜା ଦେଖିବାକୁ ଆଖପାଖ ଗ୍ରାମରୁ ଅନେକ ଲୋକ ଏକାଠି ହୋଇଥାନ୍ତି। ରିପୋର୍ଟ ମୁତାବକ, ପଶ୍ଚିମବଙ୍ଗର ନଦିଆ ଅଞ୍ଚଳର ଏକ ଗଁାରେ ଲୋକେ ଏପରି ପୂଜା କରିଥାନ୍ତି। ଭାଗବଣ୍ଟା ସମୟରେ ୧୯୫୦-୫୨ ମଧ୍ୟରେ ପୂର୍ବ ପାକିସ୍ତାନରୁ ଅନେକ ଲୋକ ଆସି ଏଠାରେ ରହିବାକୁ ଲାଗିଲେ। ଏହି ପୂଜା ଚୈତ୍ର ମାସ ଆରମ୍ଭରୁ କରାଯାଇଥାଏ। ସନ୍ନ୍ୟାସୀ ଲୋକ ଶିବଙ୍କ ନାମ ଉଚ୍ଚାରଣ କରି କରାଯାଇଥିବା ମୂର୍ତ୍ତି ପରିସରରେ ବୁଲିଥାନ୍ତି। ପ୍ରତିବର୍ଷ ଗ୍ରାମବାସୀ ପୂଜା ପାଇଁ ମୂର୍ତ୍ତି ତିଆରି କରିଥାନ୍ତି। ମୂର୍ତ୍ତିର ମୁଣ୍ଡ ଏବଂ ବେକ ନ ଥିବାବେଳେ ଶରୀରର ଅନ୍ୟ ଭାଗରେ ଆଖି, ନାକ ଆଦି କରିଥାନ୍ତି। ଦିନ ସମୟରେ ବିଭିନ୍ନ ଜାଗାରୁ ଚାଉଳ ଏକତ୍ର କରି ସାରେ ତାକୁ ରୋଷେଇ କରି ଖାଇଥାନ୍ତି। ଏହି ପୂଜା ୫ମ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଜଣାପଡିଛି। ଏହି ପୂଜାର ପ୍ରକୃତ କାରଣ ସ୍ଥାନୀୟ ବାସିନ୍ଦାଙ୍କୁ ଜଣାନାହିଁ। ହେଲେ ଏହି ପୂଜା ପ୍ରଭୁ ଶିବଙ୍କୁ ପ୍ରତିଫଳିତ କରୁଥିବା ସେମାନେ କହିଛନ୍ତି।

Share