Posted inଫୁରସତ

ଭୂତ କଣ୍ଢେଇ

ଛୋଟ ପିଲାଙ୍କୁ ବେଶ୍‌ ଭଲ ଲାଗେ କଣ୍ଢେଇ। ହେଲେ ଯଦି ଖେଳୁ ଖେଳୁ ସେଇ କଣ୍ଢେଇ ଆଖି ମିଟ୍‌ ମିଟ୍‌ କରେ, ଅଧା ରାତିରେ କାନ୍ଦେ ଓ ଘର ସାରା ଆପେ ଘୁରି ବୁଲେ ତେବେ…। ଅବାସ୍ତବ ଲାଗିଲେ ବି ଏମିତି କଣ୍ଢେଇ ଅଛି। ଆଉ ସେଗୁଡିକୁ ଦେଖିଲେ ଭୟରେ ଦେହ ଶୀତେଇ ଯାଏ।
ଏନାବେଲା: ୧୯୭୦ ମସିହାର କଥା। ୨୮ତମ ଜନ୍ମଦିନ ଅବସରରେ ଆମେରିକାର ଡୋନା(ଯେକି ନର୍ସ ଥିଲେ)ଙ୍କୁ ତାଙ୍କ ମା’ ଏକ ସୁନ୍ଦର କଣ୍ଢେଇ ଉପହାର ଦେଇଥିଲେ। ଯାହାର ଥିଲା ଦୁଇଟି ଗୋଲ ଗୋଲ ବଡ଼ ବଡ଼ ଆଖି, ତ୍ରିଭୂଜାକାର ଲାଲ ନାକ ଓ ଏକ ବଡ଼ ହସ ଥିବା ଓଠ। ଏହି ସୁନ୍ଦର କଣ୍ଢେଇଟିକୁ ପାଇ ଡୋନା ବହୁତ ଖୁସି ହୋଇଯାଇଥିଲେ। ପରେ ସେ ନିଜ ଆପାର୍ଟମେଣ୍ଟକୁ କଣ୍ଢେଇଟିକୁ ନେଇଯାଇଥିଲେ। ଆଉ ବାନ୍ଧବୀ ତଥା ନର୍ସ ଆଙ୍ଗିଙ୍କ ସହ କଣ୍ଢେଇକୁ ଶେୟାର କରିଥିଲେ। କଣ୍ଢେଇଟିକୁ ଲିଭିଂ ରୁମ୍‌ରେ ବସାଉଥିଲେ। କିନ୍ତୁ କିଛିଦିନ ପରେ ଦୁଇ ବାନ୍ଧବୀ ଲକ୍ଷ୍ୟ କଲେ କଣ୍ଢେଇଟି ନିଜ ଇଛା ମୁତାବକ ସ୍ଥାନ ପରିବର୍ତ୍ତନ କରୁଛି। ଅର୍ଥାତ୍‌ କାମକୁ ଯିବା ପୂର୍ବରୁ ଲିଭିଂ ରୁମ୍‌ରେ ବସାଯାଇଥିବା କଣ୍ଢେଇଟିକୁ ସେମାନେ ରୁମ୍‌କୁ ଆସିବା ପରେ ବେଡରୁମ୍‌ରେ ପାଉଥିଲେ। କେବଳ ସେତିକି ନୁହେଁ ଘରର ବିଭିନ୍ନ ସ୍ଥାନରେ ପାର୍ଚମେଣ୍ଟ ପେପର୍‌ରେ ‘ହେଲ୍ପ ମି’ ଲେଖାଯାଇଥିବା ନୋଟ୍‌ ପାଉଥିଲେ। ଯେତେବେଳେ କି ପାର୍ଚମେଣ୍ଟ ପେପର୍‌ ଘରେ ନ ଥିଲା। କେବେ କେବେ ତ କଣ୍ଢେଇରେ ରକ୍ତ ଦାଗ ମିଳୁଥିଲା। ଏଭଳି ଅନେକ ଘଟଣା ପରେ ଡୋନା ଜଣେ ଗୁଣିଆଙ୍କୁ ଡାକିଥିଲେ। ସେ କହିଲେ କଣ୍ଢେଇ ଭିତରେ ୭ ବର୍ଷର ମୃତ ଝିଅ ଏନାବେଲା ହିଗିନ୍ସର ଆତ୍ମା ପ୍ରବେଶ କରିଛି, ଯାହାର ଶରୀର ସେ ରହୁଥିବା ଆପାର୍ଟମେଣ୍ଟ ନିର୍ମାଣ ପୂର୍ବରୁ ଖନନ ସମୟରେ ମିଳିଥିଲା। ଏହାପରେ ଏହି ଆତ୍ମାକୁ ତଡ଼ିବା ଲାଗି ଫାଦର ହେଗାନଙ୍କ ସହାୟତା ଲୋଡାଯାଇଥିଲା। ଫାଦର ହେଗାନ ଫାଦର କୁକ୍‌ଙ୍କ ସାହାଯ୍ୟ ନେଇଥିଲେ। ଫାଦର କୁକ୍‌ ପାରାନର୍ମାଲ୍‌ ଏକ୍ସପର୍ଟ ଏଡ ଏବଂ ଲରେନ୍‌ ଓ୍ବାରେନ୍‌ଙ୍କୁ ଏହି କାମର ଦାୟିତ୍ୱ ଦେଇଥିଲେ। ସେମାନେ ବହୁ କଷ୍ଟରେ ଆତ୍ମା ଉପରେ କାବୁ କରିଥିଲେ। ଆଉ କଣ୍ଢେଇଟିକୁ ନିଜ ଓକଲେଟ୍‌ ମ୍ୟୁଜିୟମରେ କାଚ ଶୋ’କେସ୍‌ ଭିତରେ ରଖିଲେ। ଶୋ’ କେସ୍‌ ବାହାରେ ହାତ ନ ଲଗେଇବାର ଚେତାବନୀ ଭରା ଲେଖା ବି ଲେଖିଲେ।
ରବର୍ଟ: ଫ୍ଲୋରିଡ଼ା, କିଓ୍ବେଷ୍ଟରେ ରହୁଥିବା ରବର୍ଟ ଇଉଗିନ ଓଟୋଙ୍କର ଥିଲା ଏହି କଣ୍ଢେଇ। ତାଙ୍କ ଜେଜେବାପା ତାଙ୍କୁ ଜନ୍ମଦିନରେ ଏହି କଣ୍ଢେଇଟିକୁ ଦେଇଥିଲେ। କଣ୍ଢେଇଟି ପିନ୍ଧିଥିବା ସେଲର୍‌ ପୋଷାକ ଓଟୋ ପିଲାଦିନେ ପିନ୍ଧୁଥିବା ଏକ ପୋଷାକ ପରି ଥିଲା। ଓଟୋ କଣ୍ଢେଇଟିକୁ ବହୁତ ଭଲ ପାଉଥିଲେ। ଯୁଆଡେ ଗଲେ ସାଙ୍ଗରେ ନେଉଥିଲେ। ତା’ସହ କଥା ହେଉଥିଲେ। ତାକୁ ଉପର ଘରର ଝରକା ପାଖରେ ରଖିଥିଲେ। କୁହାଯାଏ ସ୍କୁଲ ପିଲାମାନେ ସେଇ ବାଟ ଦେଇ ଗଲାବଳେ କେବେ ରବର୍ଟ ଦେଖାଯାଉଥିଲା ତ କେବେ ଉଭାନ ହେଇଯାଉଥିଲା। ତେଣୁ ପିଲାମାନେ ସେ ବାଟ ଦେଇ ଯିବା ବନ୍ଦ କରିଦେଇଥିଲେ। ପରେ ଓଟୋ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁବରଣ କଲେ। କଣ୍ଢେଇ ଓ ଘରକୁ ମିର୍ଟଲ ରୟଟର୍‌ କିଣିଲେ। ସେମାନେ ଅନୁଭବ କଲେ କଣ୍ଢେଇଟି ଘରର ବିଭିନ୍ନ ସ୍ଥାନରେ ମିଳୁଥିଲା। ଘରେ ହସ ଶବ୍ଦ, ପାଦ ଶବ୍ଦ ଶୁଭୁଥିଲା। ସେ ଘରକୁ ଆସୁଥିବା ଲୋକ ବି କହୁଥିଲେ ରବର୍ଟର ମୁହଁର ଭାବ ପରିବର୍ତ୍ତନ ହେଉଥିଲା। ୨୦ ବର୍ଷ ପରେ ରୟଟର୍‌ ବି ଘରକୁ ବିକ୍ରି କରିଦେଇଥିଲେ। ଆଉ ରବର୍ଟକୁ ଇଷ୍ଟ ମାରଟିଲୋ ମ୍ୟୁଜିୟମକୁ ପ୍ରଦାନ କରାଗଲା। ମ୍ୟୁଜିୟମ୍‌କୁ ଆସିବା ପରେ ବହୁ ସଂଖ୍ୟକ ଦର୍ଶକ ଏହାକୁ ଦେଖିବାକୁ ଆସିଲେ। ତା’ର କାହାଣୀ ଫିଲ୍ମ, ଟିଭି ଶୋ’ରେ ସ୍ଥାନ ପାଇଲା।
ମେଣ୍ଡି: କାନାଡାର ଦ କୁଇସନେଲ ଆଣ୍ଡ ଡିଷ୍ଟ୍ରିକ୍ଟ ମ୍ୟୁଜିୟମ୍‌ରେ ଅଛି ଏହି କଣ୍ଢେଇ। ଏହାକୁ ପ୍ରଦାନ କରିଥିବା ବ୍ୟକ୍ତିଙ୍କର ଏହି କଣ୍ଢେଇ ସହ ଥିଲା କିଛି ଭୟଙ୍କର ଅନୁଭୂତି। ତେଣୁ ସେ ଏହାକୁ ନିଜଠାରୁ ଦୂରେଇ ଦେବାକୁ ଚାହିଁଥିଲେ। ଥରେ କଣ୍ଢେଇର ମାଲିକ ରାତିରେ ଶୋଇଥିବାବେଳେ ଖୁବ୍‌ ଜୋର୍‌ରେ ପିଲା କାନ୍ଦୁଥିବାର ଶବ୍ଦ ଶୁଣିବାକୁ ପାଇଲେ। ଶବ୍ଦଟି କଣ୍ଢେଇ ଥିବା ବେସ୍‌ମେଣ୍ଟରୁ ଆସୁଥିଲା। ହେଲେ ଘରେ କୌଣସି ଛୋଟ ପିଲା ନ ଥିଲେ। ସେ ଖୁବ୍‌ ଡରି ଯାଇଥିଲେ। ତଥାପି ସାହସ ବାନ୍ଧି ବେସ୍‌ମେଣ୍ଟକୁ ଯାଇଥିଲେ। ଆଉ ଦେଖିଲେ ସେଠି କୌଣସି ପିଲା ନ ଥିଲେ କି ମେଣ୍ଡି କଣ୍ଢେଇ ବି ନ ଥିଲା। ତେବେ ଝରକା ଖୋଲା ଥିଲା। ସକାଳ ହେବାରେ ସେ ଦେଖିଲେ ମେଣ୍ଡି ପୁଣି ଥରେ ଚାଲି ଆସିଛି॥ ଏଭଳି ଘଟଣା ପରେ ସେ କଣ୍ଢେଇକୁ ମ୍ୟୁଜିୟମକୁ ପ୍ରଦାନ କରିଥିଲେ। ମ୍ୟୁଜିୟମରେ ବି ମେଣ୍ଡି ଆସିବା ପରେ ସଂଗ୍ରହାଳୟ କର୍ମଚାରୀମାନେ ଅଧିକାଂଶ ସମୟ ତାଙ୍କ ମଧ୍ୟାହ୍ନ ଭୋଜନ ନ ଥିବା, ବହି, ଷ୍ଟେସନାରୀ ଜିନିଷ ହଜୁଥିବା ଦେଖିବାକୁ ପାଇଲେ। ତେଣୁ ମେଣ୍ଡିକୁ ଅନ୍ୟ ପ୍ରାଇଭେଟ୍‌ ଡିସ୍‌ପ୍ଲେକୁ ନିଆଗଲା। ପରବର୍ତ୍ତୀ ସମୟରେ ଏହି କଣ୍ଢେଇକୁ ନେଇ ଭୂତ କାହାଣୀ ରଚନା କରାଗଲା। ଲୋକେ ଆଗ୍ରହର ସହ ଏହି କଣ୍ଢେଇକୁ ଦେଖିବା ଲାଗି ସଂଗ୍ରହାଳୟ ଆସିଲେ। କୁହାଯାଏ ପର୍ଯ୍ୟଟକମାନେ କଣ୍ଢେଇର ଫଟୋ ଉତ୍ତୋଳନ କରିବାବେଳେ ବ୍ୟାଟେରୀ ଖରାପ ହେବା, ଫ୍ଲାଶ ବନ୍ଦ ହେଇଯିବା, କ୍ୟାମେରା ଆପେ ବନ୍ଦ ହେବା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଅନେକେ କୁହନ୍ତି କଣ୍ଢେଇରେ ଏକ ଛୋଟ ଝିଅର ଆତ୍ମା ରହିଛି, ଯେକି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହେଁ। ତେଣୁ ସେ ଛୋଟ ଛୋଟ ବଦ୍‌ମାସୀ କରେ। ହେଲେ କାହାର କ୍ଷତି କରେ ନାହିଁ।
ଓକିକୋ: ପାରମ୍ପରିକ ପୋଷାକ ପରିଧାନ କରିଥିବା ଏଇ ସୁନ୍ଦର କଣ୍ଢେଇକୁ ଜାପାନର ୧୭ ବର୍ଷୀୟା ଈକିଚି ସୁଜୁକି କିଣିଥିଲେ। ଏଇ କଣ୍ଢେଇକୁ ସେ ନିଜ ଦୁଇ ବର୍ଷର କୁନି ଭଉଣୀ ପାଇଁ ଆଣିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଏକ ବର୍ଷ ପରେ ଅତ୍ୟଧିକ ଥଣ୍ଡା କାରଣରୁ ଓକିକୋ ମୃତ୍ୟୁବରଣ କଲେ। ତେବେ ପରିବାର ସଦସ୍ୟଙ୍କ କହିବାନୁସାରେ ଓକିକୋ ତାଙ୍କର କଣ୍ଢେଇକୁ ବହୁତ ଭଲ ପାଉଥିଲେ। ସେଥିପାଇଁ ମୃତ୍ୟୁପରେ ଓକିକୋର ଆତ୍ମା କଣ୍ଢେଇ ଭିତରେ ପ୍ରବେଶ କରିଲା। ପରେ ପରିବାର ଲୋକେ ଘର ଛାଡି ଅନ୍ୟତ୍ର ଚାଲିଗଲେ। ଆଉ ଓକିକୋକୁ ଏକ ମନ୍ଦିରରେ ରଖି ଦିଆଗଲା। କୁହାଯାଏ ଏଇ କଣ୍ଢେଇର କେଶ ଆପେ ବଢିଥାଏ। ତେଣୁ ଏହାର କେଶ ନିୟମିତଭାବେ କଟାଯାଏ।
କଟଜା: କଟଜା ଏକ ଶ୍ରାପିତ କଣ୍ଢେଇ। ଏହି କଣ୍ଢେଇର ନାମ ୧୭୩୦ରେ ରୁଷରେ ରଖାଯାଇଥିଲା। କୁହାଯାଏ ଜଣେ ମହିଳା ଗର୍ଭବତୀ ଥିଲେ ଓ ତାଙ୍କ ପରିବାର ସଦସ୍ୟ ଚାହୁଁଥିଲେ ତାଙ୍କର ପୁତ୍ର ସନ୍ତାନ ହେଉ। କିନ୍ତୁ ସେ କନ୍ୟା ସନ୍ତାନକୁ ଜନ୍ମ ଦେଲେ। ତେଣୁ ପରିବାରବର୍ଗ କୁନି ଝିଅଟିକୁ ଜୀବନ୍ତ ଜଳାଇ ଦେଇଥିଲେ। ଏହି ଘଟଣା ପରେ ଝିଅଟିର ମା’ ତା’ ପାଉଁଶରେ ସେରାମିକ ଓ ପୋଲସିଲେନ ମିଶାଇ ଏକ କଣ୍ଢେଇ ତିଆରି କରିଥିଲେ, ଯାହାର ନାଁ କାଟ୍‌ଜା ଦେଲେ। ପରେ ଏହି କଣ୍ଢେଇର ରକ୍ଷା ପର ପିଢିମାନେ କଲେ। ସେମାନଙ୍କ ମତରେ କଣ୍ଢେଇଟିର ଯତ୍ନ ନ ନେଲେ ତାହା କ୍ଷତି ପହଞ୍ଚାଇପାରେ। କୁହାଯାଏ ଏହି କଣ୍ଢେଇକୁ ୨୦ ସେକେଣ୍ଡ ଚାହିଁ ରହିଲେ କଣ୍ଢେଇ ଆଖିପତା ମିଟ୍‌ ମିଟ୍‌ କରିବ। ଆଉ ଯାହା କ୍ଷେତ୍ରରେ ଏମିତି ଘଟେ ତାଙ୍କର ନିଶ୍ଚିତ ଭାବେ କିଛି କ୍ଷତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri