ଷ୍ଟେଶନରେ ଭୂତ ଆତଙ୍କ, ୪୨ବର୍ଷ ହେଲା ଅଟକୁନି ଟ୍ରେନ

କୋଲକତା, ୧।୧୧: ହଣ୍ଟେଡ ପ୍ଲେସ ବିଷୟରେ ଯେତିକି ଶୁଣିବାକୁ କୌତୁହଳ ଲାଗେ ସେହି ସ୍ଥାନକୁ ଯିବାକୁ ସେତେ ଡର ବି ଲାଗେ। ଭାରତରେ ଥିବା ବିଭିନ୍ନ ଭୂତିଆ ସ୍ଥଳ ବିଷୟରେ ଆପଣ ନିଶ୍ଚେ ଜାଣିଥିବେ। ସେଥିମଧ୍ୟରୁ ଆପଣଙ୍କୁ ଆମେ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ହଣ୍ଟେଡ ରେଲଓ୍ବେ ଷ୍ଟେଶନ ଭାବରେ ପରିଚିତ।

ଆପଣ ଜାଣିଥିବା ସବୁ ସ୍ଥାନରେ ଥିବା ରେଲଓ୍ବେ ଷ୍ଟେଶନରେ ଟ୍ରେନ ଅଟକି ଥାଏ। ଏଠାରେ ଯାତ୍ରୀମାନେ ତାଙ୍କ ଗନ୍ତବ୍ୟ ଷ୍ଟେଶନରୁ ଓହ୍ଲାଇବା ସହ ଗନ୍ତବ୍ୟ ସ୍ଥଳ ପାଇଁ ଟ୍ରେନରେ ବସିଥାନ୍ତି। କିଛିଜଣ ଅଲଗା ଟ୍ରେନ ପାଇଁ ଷ୍ଟେଶନରେ ଅପେକ୍ଷା ମଧ୍ୟ କରିଥାନ୍ତି। କିନ୍ତୁ ଏହି ଭୂତିଆ ଷ୍ଟେଶନରେ ୪୨ବର୍ଷ ହେବ କୌଣସି ଟ୍ରେନ ଅଟକି ନାହିଁ। ଏଠାରେ କୌଣସି ଯାତ୍ରୀ ଟ୍ରେନ ପାଇଁ ଅପେକ୍ଷା କରନ୍ତି ନାହିଁ କି କୌଣସି ଯାତ୍ରୀ ଏହି ଷ୍ଟେଶନରେ ଓହ୍ଲାନ୍ତି ନାହିଁ। ସର୍ବୋପରି କହିବାକୁ ଗଲେ ଏଠାରେ କୌଣସି ଟ୍ରେନ ଅଟକେ ନାହିଁ। ବହୁଜଣ ଏଠାରେ ଭୂତ ଦେଖିବାର ଦାବି କରିଛନ୍ତି। ଚଳିତବର୍ଷ ଏଠାରେ ନିଯୁକ୍ତ ଷ୍ଟେଶନ ମାଷ୍ଟର ଷ୍ଟେଶନରେ ଜଣେ ଧଳା ଶାଢୀ ପିନ୍ଧିଥିବା ମହିଳା ଭୂତଙ୍କୁ ଦେଖିଦେଇଥିଲେ। ଏହାପରେ ଷ୍ଟେଶନ ମାଷ୍ଟରଙ୍କ ମୃତ୍ୟୁ ହୋଇ ଯାଇଥିଲା। କୁହାଯାଉଥିଲା କି, ଏହି ମହିଳା ଜଣଙ୍କର ଟ୍ରେନ ଦୁର୍ଘଟଣା ଯୋଗୁ ଏହି ଷ୍ଟେଶନରେ ମୃତ୍ୟୁ ହୋଇଯାଇଥିଲା। ଷ୍ଟେଶନ ମାଷ୍ଟରଙ୍କ ମୃତ୍ୟୁ ପରେ ତାଙ୍କ ପୁରା ପରିବାରଙ୍କ ମୃତଦେହ ରେଲଓ୍ବେ କାର୍ଟରରେ ମିଳିଥିଲା। କୁହାଯାଉଛି କି, ଏହି ପୁରା ପରିବାରର ମୃତ୍ୟୁ ପଛରେ ସେହି ମହିଳା ଭୂତଙ୍କର ହାତ ରହିଛି।

ଏହି ଷ୍ଟେଶନକୁ ଯିବାକୁ ଲୋକେ ଏତେ ଭୟ କରନ୍ତି କି ପ୍ରଶାସନ ମଧ୍ୟ ଏହି ସ୍ଥାନକୁ ଆସନ୍ତି ନାହିଁ। ପଶ୍ଚିମବଙ୍ଗର ପୁରୁଲିଆ ଜିଲାରେ ଏହି ଭୂତିଆ ଷ୍ଟେଶନ ରହିଛି। ଏହି ଷ୍ଟେଶନର ନାଁ ହେଲା ବେଗୁନକୋଦର ରେଲଓ୍ବେ ଷ୍ଟେଶନ। ଭାରତର ଟପ୍‌ ୧୦ ଭୂତିଆ ଷ୍ଟେଶନ ତାଲିକାରେ ଏହି ଷ୍ଟେଶନର ନାଁ ରହିଛି। ଭାରତୀୟ ରେଳବାଇ ଏହି ଷ୍ଟଶନକୁ ୧୯୬୦ରେ ନିର୍ମାଣ କରିଥିଲା।

ନିର୍ବାଣ କରିବାର ବହୁଦିନ ପର୍ଯ୍ୟନ୍ତ ଅନ୍ୟ ଷ୍ଟେଶନ ପରି ଏଠାରରେ ଲୋକ ଚଳପ୍ରଚଳ କରୁଥିଲେ। କିନ୍ତୁ ଧିରେ ଧିରେ ଏଠାରେ ଅଜବ ଘଟଣା ଦେଖିବାକୁ ମିଳିଥିଲା। ୧୯୬୭ରେ ଜଣେ ରେଲଓ୍ବେ କର୍ମଚାରୀ ଏଠାରେ ଜଣେ ମହିଳାଙ୍କୁ ଦେଖିଥିବାର କହିିଥିଲେ। କୁହାଯାଉଛି କି ସା ବୁଡିବା ସମୟରେ ଯେକୌଣସି ଟ୍ରେନ ଏହି ଷ୍ଟେଶନ ଦେଇ ଯାଉଥିଲେ ସେହି ମହିଳା ଜଣକ ଟ୍ରେନ ସହ ଦୌଡିଥାନ୍ତି। ଏପରିକି ଟ୍ରେନ ସାମ୍ନାରେ ମହିଳା ଜଣକ ଠିଆ ହୋଇଥିବା ଦେଖିଥିବାର ବହୁ ଲୋକ ଦେଖିଛନ୍ତି। ତେଣୁ ଏହି ଷ୍ଟେଶନ ଦେଇ ଟ୍ରେନ ଯିବାବେଳେ ଟ୍ରେନ ଡ୍ରାଇଭର ଟ୍ରେନର ଗତି ବଢାଇ ଦେଇଥାଏ।

ତେଣୁ ଏହି ଡର ଯୋଗୁ ଏଠାରେ କୌଣସି ରେଲଓ୍ବେ କର୍ମଚାରୀ ଏଠାରେ ପୋଷ୍ଟି ହେବାକୁ ଭୟଭୀତ ହୋଇଯାଆନ୍ତି। ଯାତ୍ରୀଙ୍କ ଚଳପ୍ରଚଳ ନ ହେବା ଯୋଗୁ ଏହି ଷ୍ଟେଶନ ବନ୍ଦ ହୋଇଯାଇଥିଲା। କିନ୍ତୁ ୨୦୦୯ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଷ୍ଟେଶନକୁ ପୁଣି ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share