କାର୍ଯ୍ୟକ୍ଷମ ହେବ ଘୁଡ଼ିଆନାଳି ଜଳସେଚନ ପ୍ରକଳ୍ପ

ଛେଣ୍ଡିପଦା,୧୦ା୧(ସ୍ବ.ପ୍ର.): ଦୀର୍ଘ ୩୦ବର୍ଷ ହେବ ଅଚଳ ହୋଇପଡିଥିବା ଛେଣ୍ଡିପଦା ବ୍ଲକ ବାହାଳସାହି ପଞ୍ଚାୟତର ଘଡିଆନାଳି ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ହେବ। ରବିବାର ଏହି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଚାଷୀମାନଙ୍କ ମନରେ ଆନନ୍ଦ ଦେଖାଦେଇଛି। ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାହାଳସାହି ଗ୍ରାମର ବହୁ ଚାଷୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
ଚାଷୀମାନଙ୍କ କହିବା ଅନୁଯାୟୀ, ପ୍ରାୟ ୧୦୦ ବର୍ଷ ତଳେ ଅଞ୍ଚଳବାସୀଙ୍କ ତତ୍ତ୍ୱାବଧାନରେ ଘୁଡିଆନାଳି ଠାରେ ମାଟିରେ ବିରାଟ ବନ୍ଧ ପକାଯାଇ ଚାଷ ଜମିକୁ ଜଳସେଚନ ଆରମ୍ଭ କରାଯାଇଥିଲା। ଉକ୍ତ ମାଟି ବନ୍ଧକୁ ଅବିଭକ୍ତ ଛେଣ୍ଡିପଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଯୋଗୀ ଦେହୁରୀ ସିମେଣ୍ଟ ଦ୍ୱାରା ପୁନଃ ନିର୍ମାଣ କରିବା ପରେ ଏହାଦ୍ୱାରା ଚାଷୀ ଉପକୃତ ହୋଇଥିଲେ। ଏହି ପ୍ରକଳ୍ପରୁ ଦୀର୍ଘ ୧୨ କି.ମି.ରୁ ଊର୍ଦ୍ଧ୍ୱ କେନାଲ ନିର୍ମାଣ କରାଯାଇଥିବାରୁ ପ୍ରାୟ ୭୦୦ରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେଉଥିଲା। ଏହି ପ୍ରକଳ୍ପରୁ ବାହାରିଥିବା କେନାଲ ଛେଣ୍ଡିପଦା, ବାହାଳସାହି, ଗୋଳାଗାଡିଆ, ଗୋହିରାପଶି, ମାଝି ସାହି, ଡାହିବର, ବଡବେରେଣା ଆଦି ଗ୍ରାମକୁ ଲମ୍ବିଛି। କିନ୍ତୁ ପ୍ରାୟ ୩୦ ବର୍ଷ ହେବ ଏହି ଜଳସେଚନ ପ୍ରକଳ୍ପ ବର୍ଷା ଜଳରେ କ୍ଷତିଗ୍ରସ୍ତ ହେବା ଫଳରେ ଏହା ଉପରେ ନିର୍ଭର କରୁଥିବା ଜମିରେ ଚାଷ କାର୍ଯ୍ୟ ଠପ୍‌ ହୋଇଯାଇଛି। କେନାଲ ଗୁଡିକରେ ଜଳ ପ୍ରବାହିତ ବନ୍ଦ ହୋଇଯିବାରୁ କେଉଁଠି କେନାଲ ପୋତି ହୋଇଗଲାଣିତ ଆଉ କେଉଁଠି ସତ୍ତା ହରାଇ ବସିଛି। ଏହାର ମରାମତି ନିମନ୍ତେ ଅଞ୍ଚଳବାସୀ ଦୀର୍ଘଦିନ ହେବ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଉ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏ ନେଇ ଗତ ଜୁନ ମାସରେ ‘ପୁନରୁଦ୍ଧାର ହେଲେ ଚାଷଜମିକୁ ମାଡନ୍ତା ପାଣି’ ଶୀର୍ଷକ ସ୍ବତନ୍ତ୍ର ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ଏହା ପ୍ରଶାସନ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗ୍ରାମବାସୀ ମଧ୍ୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଧାୟକ ଜିଲାପାଳଙ୍କୁ ନେଇ ଉକ୍ତ ସ୍ଥାନ ପରିଦର୍ଶନ କରିବା ସହିତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଅନୁରୋଧ କରିଥିଲେ। ଏବେ ପ୍ରକଳ୍ପ ପୁନରୁଦ୍ଧାରର ଶିଳାନ୍ୟାସ ହୋଇଥିବାରୁ ଚାଷୀମାନେ ଖୁସି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପୁଲିସରର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି।...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image