ଶ୍ରୀନଗର,୧୭।୧: ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ଡେମୋକ୍ରାଟିକ୍ ଆଜାଦ ପାର୍ଟି (ଡିଏପି)କୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଦଳର ମହାସଚିବ ନିଜାମୁଦ୍ଦିନ ଖତାନା ଏବଂ ଏହାର ୩୦ଜଣିଆ ସ୍ଥାୟୀ ସଦସ୍ୟ ମଙ୍ଗଳବାର ଡିଏପିକୁ ଛାଡ଼ି କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି। ଏହି ସମୟରେ ଡିଏପିକୁ ଝଟ୍କା ଲାଗିଛି ଯେତେେବେଳ ଗୁଲାମ ନବୀ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କୁ ତାଙ୍କ ନୂତନ ଦଳର ପଞ୍ଜୀକରଣ ସମ୍ପର୍କରେ ଭେଟିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ‘ଡେମୋକ୍ରାଟିକ ଆଜାଦ ପାର୍ଟି’ ନାମକୁ ଦଳର ଲୋକମାନେ ଦେଇଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ନିର୍ବାଚନ ଆୟୋଗ ମୋହର ଲଗାଇନାହାନ୍ତି। ଏଭଳି ସ୍ଥିତିରେ ସଦସ୍ୟଙ୍କ ଦଳ ଛାଡ଼ିବା ଆଜାଦଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି।