Categories: ଜାତୀୟ

ଭାଜପାରେ ସାମିଲ ହେବା ଖବରକୁ ନେଇ ମୁହଁ ଖୋଲିଲେ ଗୁଲାମ ନବୀ ଆଜାଦ୍‌

ନୂଆଦିଲ୍ଲୀ,୧୨।୨: କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହୋଇଛି। ବିଦାୟ ଦିନ ଆଜାଦଙ୍କ ପାଇଁ ଭାବପ୍ରବଣ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏଥି ସହିତ ଭବିଷ୍ୟତ ରାଜନୀତିରେ ମଧ୍ୟ କଳ୍ପନାଜଳ୍ପନା ଚାଲିଛି। ୪୧ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଆଜାଦର ରାଜନୈତିକ ଯାତ୍ରା ସୋମବାର ଶେଷ ହେବ। ତେବେ ବିଦାୟ ଭାଷଣ ଏବଂ ପରବର୍ତ୍ତୀ ବିକାଶ ସହିତ ଆଜାଦ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା କରାଯାଉଛି। ଏଭଳି ଅନୁମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ଦିନ ଆମ କାଶ୍ମୀରରେ କଳା ବରଫ ପଡ଼ିବ ମୁଁ ସେହି ଦିନ ଭାଜପାରେ ଯୋଗଦେବି। ଲୋକେ କାହିଁକି ଏପରି ଗୁଜବ ପ୍ରଚାର କରୁଛନ୍ତି, ମୁଁ ଜାଣେ ନାହିଁ । ମୁଁ ମୋ ଦଳକୁ ସମ୍ମାନ କରେ, ମୋ ସହ ମିଶିଥିବା ଲୋକେ ଜାଣନ୍ତି ମୁଁ ତେଣୁ ଏଭଳି ଗୁଜବ ପ୍ରଚାର କାହିଁକି କରୁଛନ୍ତି ତାହା ଜାଣେ ନାହିଁ ବୋଲି ସେ କହିଛନ୍ତି।

Share