Advertisement
Categories: ଜାତୀୟ

କଠିନ ପରିସ୍ଥିତିରେ ଆରମ୍ଭ ହେଉଛି ସଂସଦ ଅଧିବେଶନ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୧୩।୯: ଏକ କଠିନ ପରିସ୍ଥିତିରେ ଏଥର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର କହିଛନ୍ତି। ସମଗ୍ର ଦେଶରେ ଏକ ଭୟର ବାତାବରଣ ରହିଛି। ଏମ୍‌ପିଙ୍କ ମଧ୍ୟରେ ମଧ୍ୟ ଭୟ ରହିଛି। ସମଗ୍ର ବିଶ୍ୱରେ ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଏହା ଉପରେ ସଂସଦରେ ଆଲୋଚନା କରାଯିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଲଦାଖରେ ଭାରତ ଏବଂ ଚାଇନା ସେନା ମୁହାଁମୁହିଁ ହୋଇଛନ୍ତି ଏବଂ ସେଠାରେ ଉତ୍ତେଜନା ଦେଖାଦେଇଛି। ଜିଡିପି ହ୍ରାସ ପାଇଛି। ମୁଦ୍ରାସ୍ଫୀତି ଏବଂ ନୂତନ ଶିକ୍ଷା ନୀତି ଭଳି ଅନେକ ସମସ୍ୟା ଅଛି, ଯାହାକୁ ଆଲୋଚନା କରିବା ଆବଶ୍ୟକ। ଦେଶବାସୀ ଏହି ପ୍ରସଙ୍ଗଗୁଡ଼ିକ ବିଷୟରେ ଜାଣିବାକୁ ଚାହାଁନ୍ତି। ତେଣୁ ଏହାକୁ ସଂସଦରେ ଆଲୋଚନା କରାଯିବା ଉଚିତ୍‌ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି। ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହାପୂର୍ବରୁ ଲୋକସଭାର ୫ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସବୁ ଏମ୍‌ପିଙ୍କ କରୋନା ଟେଷ୍ଟ ଚାଲିଛି। ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ରେ ଶେଷ ହେବ। କରୋନା ସଙ୍କଟ ମଧ୍ୟରେ ହେବାକୁ ଥିବା ଏହି ଅଧିବେଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଏମ୍‌ପିମାନଙ୍କୁ ଲୋକ ସଭା ଓ ରାଜ୍ୟ ସଭାରେ ସାମାଜିକ ଦୂରତା ବଜାୟ ରଖିବେ। ଏଥିପାଇଁ ଦୁଇଟି ଚାମ୍ବର ଏବଂ ଏକ ଗ୍ୟାଲେରୀ ବ୍ୟବହାର କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share