Categories: ଜାତୀୟ

ଏମ୍‌ପି କି ମନ୍ତ୍ରୀ ହେବାକୁ ଚାହୁଁନାହାନ୍ତି ଗୁଲାମ ନବି

ନୂଆଦିଲ୍ଲୀ,୧୧ ।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ରାଜ୍ୟ ସଭାରୁ ବିଦାୟ ନେଇଛନ୍ତି । ଏହାପରେ ସେ କହିଛନ୍ତି ଲୋକେ ଏବେ ତାଙ୍କୁ ବିଭିନ୍ନ ସ୍ଥାନରେ ଦେଖି ପାରିବେ । କାରଣ ଏବେ ସେ ସମ୍ପୂର୍ଣ୍ଣ ମୁକ୍ତ ହୋଇ ଯାଇଛନ୍ତି । କାରଣ ଏବେ ସେ ନା ଏମ୍‌ପି ହେବାକୁ ଆଶା ରଖିଛନ୍ତି ନା ମନ୍ତ୍ରୀ ଏହାସହ ପାର୍ଟିର କୌଣସି ପଦ ପାଇଁ ମଧ୍ୟ ସେ ଇଚ୍ଛୁକ ନୁହେଁ ବୋଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି ରାଜନେତା ଭାବେ ସେ ଖୁସି ଅଛନ୍ତି । ଯେପର୍ଯ୍ୟନ୍ତ ବଞ୍ଚିଥିବେ ସେ ପର୍ଯ୍ୟନ୍ତ ସେ ଜନତାଙ୍କ ସେବା କରିବେ ବୋଲି କହିଛନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ୧୯୭୫ରୁ ମୁଁ ଜମ୍ମୁ-କଶ୍ମୀର ଯୁବ କଂଗ୍ରେର ପ୍ରଦେଶ ଅଧ୍ୟକ୍ଷ ଥିଲି । ଦଳର ବିଭିନ୍ନ ପଦରେ ମୁଁ କାମ କରି ସାରିଛି । ମୁଁ ଭିନ୍ନ ଭିନ୍ନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ କାମ କରି ସାରିଛି । ତେଣୁ ମୁଁ ନିଜକୁ ଭାଗ୍ୟଶାଳୀ ବୋଲି ଭାବୁଛି ଯେ ମୋତେ ଦେଶ ପାଇଁ କାମ କରିବାକୁ ସୁଯୋଗ ମିଳିଛି ।

Share