Categories: ଜାତୀୟ

ଉତ୍ତରପ୍ରଦେଶରେ ପ୍ରଚାର କରିବେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୫।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୩ୟ ପର୍ଯ୍ୟାୟ ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାମ ନାହିଁ। ତେବେ ପଞ୍ଜାବର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍‌ ପଡ଼ିଥିବା ଗୁଲାମ ନବୀ ଆଜାଦଙ୍କୁ କଂଗ୍ରେସ ଉତ୍ତରପ୍ରଦେଶର ପ୍ରଚାର ଦାୟିତ୍ୱ ଦେଇଛି। ସେହିପରି ୩୦ ଜଣିଆ ତାଲିକାରେ ସଚିନ୍‌ ପାଇଲଟ୍‌ଙ୍କ ନାମ ରହିଛି।

ଏହା ପୂର୍ବରୁ କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନର ପ୍ରଚାର ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରିଥିଲା। ଏଥିରେ ସଚିନ ପାଇଲଟ, ମନୀଷ ତିୱାରୀ ଏବଂ ଗୁଲାମ ନବୀ ଆଜାଦଙ୍କ ନାମ ନ ଥିବାରୁ ବିବାଦ ଦେଖା ଦେଇଥିଲା।

Share