ଘୁଞ୍ଚୁନି ୨୮୪୦ ଶ୍ରମିକଙ୍କ ଫାଇଲ

ନୟାଗଡ଼,୯।୭ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ଅନୁଦାନ ରାଶି ଖର୍ଚ୍ଚ କରିବାରେ ଜିଲା ଶ୍ରମ ଅଧିକାରୀ(ଡିଏଲଓ) ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଅସଫଳ ହୋଇଛି। ଶ୍ରମ ଆୟୁକ୍ତ ଓଡ଼ିଶାଙ୍କ ପତ୍ରାଙ୍କ ସଂଖ୍ୟା ୮୪୭/ତା ୨୮।୬।୨୦୨୩କୁ ଅନୁଧ୍ୟାନ କଲେ ଜିଲାପାଳ ଓ ଜିଲା ଶ୍ରମ ଅଧିକାରୀଙ୍କ ଅସହଯୋଗ ସ୍ପଷ୍ଟ ବାରି ହୋଇ ପଡୁଛି । ଜିଲାପାଳ ଓ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୮୪୦ ଶ୍ରମିକଙ୍କ ପ୍ରାୟ ୧୪ କୋଟି ଟଙ୍କାର ଫାଇଲ ଘୁଞ୍ଚୁ ନ ଥିବାରୁ ଜିଲାରେ ଶ୍ରମିକମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ଏଭଳି ସ୍ଥଳେ ସହାୟତା ରାଶି ତୁରନ୍ତ ବଣ୍ଟନ କରିବାକୁ ଶ୍ରମ ଆୟୁକ୍ତ ଏନ. ଥିରୁମାଲା ନାଏକ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଜୁଲାଇ ୨୦ରେ ନୟାଗଡ଼ ଜିଲାକୁ ୫-ଟି ସଚିବଙ୍କ ଗସ୍ତ ଥିବାବେଳେ ସରକାରୀ ଅନୁଦାନକୁ ତୁରନ୍ତ ବଣ୍ଟନ କରିବାକୁ ଅଲିଖିତ ନିର୍ଦ୍ଦେଶନାମା ଆସିଥିବା ଜଣାପଡିଛି । ହେଲେ ଶ୍ରମ ବିଭାଗ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ଉଠିଛି ।
ସୂଚନା ଅନୁଯାୟୀ, ଜିଲା ଶ୍ରମ କାର୍ଯ୍ୟାଳୟରେ ୨ ହଜାର ୫୯୭ ଶ୍ରମିକଙ୍କ ୧୨ କୋଟି ୮୩ ଲକ୍ଷ ୬ ହଜାର ସରକାରୀ ସହାୟତା ପଡି ରହିଛି । ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟରେ ୨୯୭ ଶ୍ରମିକଙ୍କ ୧ କୋଟି ୯୯ ଲକ୍ଷ ୬୭ ହଜାର ୨୦୦ ସରକାରୀ ସହାୟତା ଅନୁରୂପ ଭାବେ ପଡି ରହିଛି । ପୁଣି ଅକାଉଣ୍ଟରେ ସମସ୍ୟା କାରଣରୁ ଡିବିଟି ମୋଡରେ ୬ଜଣ ଶ୍ରମିକଙ୍କର ୬ ଲକ୍ଷ ସହାୟତା ରାଶି ବ୍ୟାଙ୍କ ବାତିଲ କରି ଦେଇଛି । ଅନ୍ୟପକ୍ଷେ ୧୪୫ ଜଣ ଶ୍ରମିକଙ୍କର କାଗଜପତ୍ର ଠିକ୍‌ ନ ଥିବା ଦର୍ଶାଯାଇ ଯାଞ୍ଚ ମୋଡରେ ରଖାଯାଇଛି। ଜିଲାରେ ନିର୍ମାଣ ଶ୍ରମିକ ବିବାହ, ଶିକ୍ଷା, ମୃତ୍ୟୁକାଳୀନ, ପ୍ରସୂତିକାଳୀନ ସହାୟତା ପାଉ ନାହାନ୍ତି । ପୁଣି ଅନଲାଇନରେ ପ୍ରାୟ ୧୫ ହଜାର ନିର୍ମାଣ ଶ୍ରମିକ ଆବେଦନ କରିଥିଲେ ହେଁ ସେମାନଙ୍କୁ ପଞ୍ଜୀକରଣ କରାଯାଉ ନାହିଁ। ଏପରି କି ଜିଲା ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କ ଆବେଦନର ଫାଇଲକୁ କମ୍ପ୍ୟୁଟରରେ ଖୋଲା ଯାଉ ନ ଥିବାର ଅଭିଯୋଗ ରହିଛି।
୫-ଟି ସଚିବଙ୍କୁ ଫେରାଦ୍‌ : ନୟାଗଡ଼ ଜିଲାରେ ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ଓ ପ୍ରସୂତିକାଳୀନ ସହାୟତା ରାଶି ଜିଲାପାଳଙ୍କ କାର୍ଯ୍ୟାଳୟରେ ପଡି ରହିଛି । ଜିଲାପାଳ ସମ୍ପୃକ୍ତ ଫାଇଲକୁ ଆପ୍ରୁଭାଲ କରୁ ନ ଥିବାରୁ ସରକାରୀ ସହାୟତା ଶ୍ରମିକ ପାଇ ପାରୁ ନାହାନ୍ତି । ଏନେଇ ଇଙ୍ଗିଲି ଦେଇ, ରଶ୍ମିତା କଅଁର, ବିଜୁଳି ମହାନ୍ତି, ନିରୁପମା ଲେଙ୍କା ପ୍ରମୁଖ ଶ୍ରମିକ ଜିଲାପାଳଙ୍କ ଅବହେଳା ନେଇ ୫-ଟି ସଚିବଙ୍କୁ ଅବଗତ କରାଇଛନ୍ତି। ୫-ଟିଙ୍କ ଗସ୍ତ ନୟାଗଡ଼ ଜିଲା ଥିବାରୁ ଅଭିଯୋଗର ଗୁରୁତ୍ୱ ବଢ଼ିଛି ।
ଅଢ଼େଇ ହଜାର ଦେଲେ ମିଳୁଛି ପରିଚୟପତ୍ର:ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଢ଼େଇ ହଜାର ଟଙ୍କା ଲାଞ୍ଚ ଦେଲେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ କରାଯାଇ ପରିଚୟ ପତ୍ର ମିଳୁଥିବାର ଅଭିଯୋଗ ହୋଇ ଆସୁଛି । ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର ୨ଜଣ କର୍ମଚାରୀ କେତେଜଣ ମଧ୍ୟସ୍ଥଙ୍କୁ ନିୟୋଜିତ କରାଇ ୨ମାସ ହେଲା ରୋଜଗାରରେ ଲାଗି ପଡିଛନ୍ତି । ଏପଟେ କାର୍ଡ ବଢ଼ିବ ସେପଟେ ରୋଜଗାର ହେବା ଲକ୍ଷ୍ୟରେ ନୂଆ ମିଶନ ଚାଲୁ ରହିଛି । ତେବେ ଭିଜିଲାନ୍ସ ବିଭାଗ ଏହାକୁ ନଜରରେ ରଖିଥିବାରୁ ଅନୁଗତ ଲୋକମାନଙ୍କୁ କେବଳ ସୁବିଧା ପ୍ରଦାନ କରିଚାଲିଛି ବୋଲି ଅଭିଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବକେୟା ଅର୍ଥ ମାଗିବାକୁ କେନ୍ଦ୍ର କରି ହଣାକଟା,୧୨ ଗୁରୁତର

ବାଲେଶ୍ୱର,୨ା୪ (ବାଞ୍ଛାନିଧି ଦେ): ବକେୟା ଅର୍ଥକୁ ନେଇ ବାଲେଶ୍ୱର ଜିଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ୪ମହିଳାଙ୍କ ସମେତ...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅର୍ଥ ଆତ୍ମସାତ୍‌: ଗିରଫ ହେଲେ ଭାରପ୍ରାପ୍ତ ସମବାୟ ସମିତି ସମ୍ପାଦକ

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): କ୍ଷତିଗ୍ରସ୍ତ ଚାଷୀଙ୍କ ଉଦ୍ଦେଶ୍ୟରେ ଆସିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କ୍ଷତିପୂରଣ ଅର୍ଥ ଆତ୍ମସାତ ଅଭିଯୋଗରେ ସମବାୟ ସମିତିର ଜନୈକ ଭାରପ୍ରାପ୍ତ ସମ୍ପାଦକକୁ...

ଉପଖଣ୍ଡ ସରକାରୀ ଚିକିତ୍ସାଳୟ କେନ୍ଦ୍ର ପରିଦର୍ଶନ କଲେ ସିଡିଏମ୍‌ଓ

ଛତ୍ରପୁର,୨ା୪: ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ଭବାନୀଶଙ୍କର ମିଶ୍ର ଦାୟିତ୍ୱ ଗ୍ରହଣ କରିବା ପରେ ବୁଧବାର ଅଚାନକ ଛତ୍ରପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ପରିଦର୍ଶନ...

ବିରୋଧ ସତ୍ତ୍ୱେ ୪୦୦ ଏକର ଜଙ୍ଗଲ ସଫା କଲେ ତେଲଙ୍ଗାନା ସରକାର: ପରିବେଶବିତ୍‌ କ୍ଷୁବ୍ଧ

ହାଇଦ୍ରାବାଦ,୨।୪: ତେଲଙ୍ଗାନାର କଂଗ୍ରେସ ସରକାର ପକ୍ଷରୁ ହାଇଦ୍ରାବାଦର କାଞ୍ଚା ଗଛିବୋୱଲି ଅଞ୍ଚଳର ୪୦୦ ଏକର ଜମିରୁ ଗଛଲତା ହଟାଇ ସଫା କରାଯାଉଛି। ସରକାରଙ୍କ ଏହି ପଦକ୍ଷେପରେ...

ହାଇଓ୍ବା ଜବତ, ଜଣେ ଅଟକ

କେନ୍ଦୁଝର,୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ପାଟଣା ରେଞ୍ଜ ଚାଙ୍ଗୁପଡ଼ା ଗ୍ରାମ ନିକଟ ବୈତରଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ କରୁଥିବା ଏକ...

ୱକଫ ବିଲ୍‌କୁ ନେଇ ବଦଳିଲା BJDର ନିଷ୍ପତ୍ତି, ରାଜ୍ୟ ରାଜନୀତିରେ ହଇଚଇ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୪: ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି। ଏହି ବିଲ ମୁସଲିମ ସମ୍ପ୍ରଦାୟର...

ପୁଣି ବଢ଼ିଲା କିଟ୍‌ ଅଡ଼ୁଆ, ମୃତ ଛାତ୍ରଙ୍କ ବାପା କହିଲେ…

ଭୁବନେଶ୍ୱର,୨।୪: ପୁଣି ବଢ଼ିଲା କିଟ୍‌ ଅଡ଼ୁଆ। କିଟ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ଅର୍ଣ୍ଣବଙ୍କ ବାପା। କିଟ୍‌ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ...

ଚମକାଇଲା ନୂଆ ଅଧ୍ୟୟନ, ପୁରୁଷଙ୍କ ତୁଳନାରେ ମହିଳାଙ୍କର ଶୁଣିବା କ୍ଷମତା ପ୍ରଖର

ପ୍ରାୟତଃ ଆପଣ ଲୋକମାନଙ୍କୁ ମଜାରେ କହିବାର ଶୁଣିଥିବେ ଯେ ମହିଳାଙ୍କ କାନ ବହୁତ ପ୍ରଖର ଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଜାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image