Advertisement

ଆସାମ ଗାମୋଚାକୁ ଜିଆଇ ଟ୍ୟାଗ୍‌

ଗୁଆହାଟି,୧୫।୧୨: ଆସାମର ଗାମୋଚାକୁ ଭୌଗୋଳିକ ସାଙ୍କେତିକ (ଜିଆଇ) ମାନ୍ୟତା ମିଳିଛି। ଆସାମର ସଂସ୍କୃତିକୁ ଦର୍ଶାଉଥିବା ଗାମୋଚାକୁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ମଙ୍ଗଳବାର କେନ୍ଦ୍ରୀୟ ଅର୍ଥନୀତି ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଟୁଇଟରରେ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି।

ଉତ୍ତର-ପୂର୍ବାଞ୍ଚଳ ଲୋକଙ୍କ ପାଇଁ ଏହା ଖୁସି ମନାଇବାର ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ରାଜ୍ୟବାସୀଙ୍କ ପାଇଁ ଏହା ଗର୍ବର କଥା ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ଗାମୋଚା ତିଆରି କରୁଥିବା ଲକ୍ଷାଧିକ କରିଗରଙ୍କୁ ଉତ୍ସାହିତ କରିବ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share