କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍‌

କେନ୍ଦ୍ରାପଡ଼ା, ୪ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ରସାବଳିକୁ ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମିଳିଛି। କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ଓ ଅନ୍ୟ ସଙ୍ଗଠନ ପକ୍ଷରୁ ହୋଇଥିବା ଆବେଦନ (ନଂ. ୮୦୨/୨୩/୧୨/୨୦୨୧) ସଫଳ ହୋଇଛି। ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟରରେ ସୋମବାର ପ୍ରମାଣ ପତ୍ର ନଂ. ୫୦୮ରେ ଏହାକୁ ପଞ୍ଜୀକୃତ କରାଯାଇଛି। ଏହି ପ୍ରମାଣପତ୍ରର ବୈଧତା ଆସନ୍ତା ୨୦୩୧ ଡିସେମ୍ବର ଶେଷ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ଦିଆଯାଇଛି। ରସାବଳିକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପରିଲକ୍ଷିତ ହୋଇଛି। ୨୦୨୧ରେ କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ଏହି ଦାବି କରିଥିବା ବେଳେ ପୂର୍ବତନ ଏମ୍‌ପି ସୁବାସ ସିଂଙ୍କ ନେତୃତ୍ୱରେ ଏମ୍‌ପି ମୁନା ଖଁା, ଏମ୍‌ପି ମମତା ମହନ୍ତ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଏ ନେଇ ଏକ ସ୍ମାରକପତ୍ର ଦେଇଥିଲେ। ସ୍ମାରକପତ୍ରରେ ଏହାର ଇତିହାସ ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଜଣାଇବା ସହିତ ଜିଆଇ ଟ୍ୟାଗ୍‌ ମିଳିଲେ ଜିଲାର ଆର୍ଥିକ ବିକାଶ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ। ଗବେଷକଙ୍କ ଅନୁସନ୍ଧାନରେ ଅନଙ୍ଗଭୀମ ଦେବଙ୍କ ସମୟରୁ ଏହା ତୁଳସୀକ୍ଷେତ୍ରର ଭୋଗ ଭାବେ ଶ୍ରୀବଳଦେବଜୀଉଙ୍କୁ ପ୍ରତ୍ୟହ ୩୨ ରସାବଳି ଲାଗି କରାଯାଏ। ଗବେଷକ ନିରଞ୍ଜନ ମେକାପ ଓ ଡ. ଅନୀତା ସାବତ କହିଛନ୍ତି, ମହାରାଜା ଅନଙ୍ଗଭୀମ ଦେବଙ୍କ ସମୟରୁ ତୁଳସୀକ୍ଷେତ୍ରରେ ରସାବଳି ନୈବେଦ୍ୟ ଅର୍ପଣ ହୋଇଆସୁଛି। ଏହି ମିଷ୍ଟାନ୍ନର କେନ୍ଦ୍ରାପଡ଼ା ସମ୍ପୃକ୍ତି ସମ୍ପର୍କରେ ଛନ୍ଦପୁରାଣ, ଦାଣ୍ଡି ରାମାୟଣ, ଗଙ୍ଗବଂଶାନୁ ଚରିତର କେତେକ ଛନ୍ଦ ଓ ଜଣାଣରେ ଅଛି। ଶ୍ରୀଜୀଉଙ୍କ ନିତ୍ୟଭୋଗ ଭାବେ ପରିଚିତ ଏହି ମିଷ୍ଟାନ୍ନର ଉପତ୍ତ୍ତି ସ୍ଥଳ କେନ୍ଦ୍ରାପଡ଼ା ବୋଲି ସେମାନେ ଦାବି କରିଛନ୍ତି। ସହରର କେଶପୁର ବଜାରର ବର୍ଷିୟାନ ରସାବଳି ନିର୍ମାତା ବୈଷ୍ଣବ ପଣ୍ଡା କହିଛନ୍ତି, ପୂର୍ବରୁ ଏହା କେବଳ ମନ୍ଦିର ପରିସରରେ ନିର୍ମିତ ହୋଇ ଶ୍ରୀଜୀଉଙ୍କୁ ଲାଗି ହେଉଥିଲା। ଏବେ କେନ୍ଦ୍ରାପଡ଼ା ସହର ସମେତ ରାଜ୍ୟର ବିଭିନ୍ନ ମେଳା ମହୋତ୍ସବରେ ଦେଖିବାକୁ ମିଳୁଛି। ଛେନା, ଘିଅ, କ୍ଷୀର, ଚିନି, ଗୁଜୁରାତି, ଅଳେଇଚ ଆଦିକୁ ନେଇ ପ୍ରସ୍ତୁତ ଏହି ମିଷ୍ଟାନ୍ନର ପ୍ରସ୍ତୁତି ଟିକେ ଜଟିଳ। ତେବେ ଉପଯୁକ୍ତ ତାଲିମପ୍ରାପ୍ତ ନିର୍ମାତା ଏଥିରେ ସ୍ବାଦ ଭରିବାରେ ସକ୍ଷମ। ଶିକ୍ଷାବିତ୍‌ ଭୁବନମୋହନ ଜେନା କହିଛନ୍ତି, ଜିଆଇ ଟ୍ୟାଗ୍‌ ମିଳିଲେ ବ୍ରାଣ୍ଡ ଭ୍ୟାଲୁ ବଢ଼ିଥାଏ। ମୌଳିକ ଦ୍ରବ୍ୟର ବ୍ୟବସାୟ ବଢ଼ିବା ସହିତ ଅପବ୍ୟବହାର ଉପରେ ରୋକ ଲାଗିଥାଏ। ପ୍ରଚାର ପ୍ରସାର ଫଳରେ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ହୋଇଥାଏ। କେନ୍ଦ୍ରାପଡ଼ା ଜିଲାର ପରିଚୟ ଭାବେ ଶ୍ରୀବଳଦେବଜୀଉ, ଜାତୀୟ ଉଦ୍ୟାନ ଭିତରକନିକା ସହିତ ରସାବଳି ମିଠା ଅଛି। ଏହି ସ୍ବୀକୃତି ରସାବଳି ନିର୍ମାତାଙ୍କ ସମସ୍ତ ସମସ୍ୟାର ସମାଧାନ କରୁ ନ ଥିଲେ ମଧ୍ୟ ଏକ ଆତ୍ମ ତୃପ୍ତି ମିଳିପାରିବ ବୋଲି ସେ ମତ ଦେଇଛନ୍ତି। ରସାବଳି ନିର୍ମାତା ସଂଘର ଆବାହକ ସରୋଜ କୁମାର ମହାନ୍ତି କହିଛନ୍ତି, ଏହା ଏକ ଖୁସି ଖବର। କେନ୍ଦ୍ରାପଡ଼ା ରସାବଳି ପାଇଁ ସଙ୍ଗଠନର ଉଦ୍ୟମ ସାକାର ହୋଇଛି। ସେହିପରି ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ଏ ନେଇ ଉତ୍ସାହ ଦେଖାଦେଇଛି। ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ପୂର୍ବତନ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଧୀରେନ ସାହୁ, ଉତ୍କଳମଣୀ ଯୁବକ ସଂଘ ସଭାପତି ଗୌତମ କୁମାର ବେହେରା, ଜନ ଅଧିକାର ମଞ୍ଚ ସଭାପତି ଭୁବନ ମୋହନ ଜେନା, ମନ୍ଦିରର ସେବାୟତମାନେ ଶ୍ରୀଜୀଉଙ୍କ ଆଶୀର୍ବାଦ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୭ ଶହ ୨୨ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ: ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର, ୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ,...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri