Categories: ଖେଳ

ପୁଣି ନିର୍ବାଚିତ ହେଲେ ଜିଆନି ଇନ୍‌ଫାଣ୍ଟିନୋ

କିଗାଲି,ର୍ବାଣ୍ଡା,୧୬ା୩: ଜିଆନି ଇନ୍‌ଫାଣ୍ଟିନୋ ଫିଫାର ସଭାପତି ଭାବେ ପୁଣି ନିର୍ବାଚିତ ହୋଇଛନ୍ତି । ଗୁରୁବାର ସେ ଦ୍ୱିତୀୟ ଥର ପାଇଁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା ୨୦୨୭ ଯାଏ ସେ ଏହି ପଦବୀରେ ରହିବେ। ଇନ୍‌ଫାଣ୍ଟିନୋଙ୍କୁ ୨୧୧ ଦେଶର ସମର୍ଥନ ମିଳିଛି।

୨୦୧୬ ମସିହା ପୂର୍ବରୁ ୨ ଲକ୍ଷ ୫୦ ହଜାର ଡଲାରର ଫଣ୍ଡିଙ୍ଗ ମିଳୁଥିବା ବେଳେ ଇନଫାଣ୍ଟିନୋ ଏହାକୁ ୨ ମିଲିୟନ ଡଲାରକୁ ବୃଦ୍ଧି କରିଥିଲେ। ସେହିପରି ଫିଫାର ରିଜର୍ଭରେ ବର୍ତ୍ତମାନ ୪ ବିଲିୟନ୍‌ ଡଲାର ରହିଥିବା ବେଳେ ୨୦୨୬ ସୁଦ୍ଧା ଏହା ବୃଦ୍ଧି ପାଇ ୧୧ ବିଲିୟନ ଡଲାରରେ ପହଞ୍ଚିବ। ଓକିଲ ଭାବେ କାମ କରୁଥିବା ଇନଫାଣ୍ଟିପୋ ପ୍ରଥମ ଥର ପାଇଁ ୨୦୧୬ରେ ଫିଫା ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ଅଧିକରୁ ଅଧିକ ଦଳଙ୍କୁ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନର ସୁଯୋଗ ପ୍ରଦାନ କରିବା ସହିତ ଫିଫାକୁ ଆର୍ଥତ୍କ ଭାବେ ସୁଦୃଢ କରିଥିଲେ। ୨୦୨୨କାତାର ବିଶ୍ୱକପକୁ ସେ ସଫଳତାର ଆୟୋଜନ କରିଥିଲେ।

Share