ପୃଥିବୀ ମୁହାଁ ବିଶାଳକାୟ ଗ୍ରହାଣୁପିଣ୍ଡ: ଆକାର ସାଙ୍ଘାଇ ଟାଓ୍ବାର ଭଳି…

ଓ୍ବାଶିଂଟନ,୨୬।୭ : ମହାକାଶ ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ । ବେଳେବେଳେ ଏକ ଗ୍ରହାଣୁ ପିଣ୍ଡ ଯୋଗୁ ବିପଦ ସୃଷ୍ଟି ହୋଇଥାଏ। ସମ୍ପ୍ରତି ଜ୍ୟୋତିର୍ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଏକ ବିଶାଳକାୟ ଗ୍ରହାଣୁପିଣ୍ଡ ପୃଥିବୀ ଆଡକୁ ତୀବ୍ର ବେଗlରେ ମାଡ଼ି ଆସୁଛି। ଯାହା ଆସନ୍ତା ସପ୍ତାହରେ ପୃଥିବୀର କକ୍ଷପଥରେ ପହଞ୍ଚିବାର ଅନୁମାନ କରାଯାଉଛି।

ନାସା ଅନୁଯାୟୀ, ଏହି ବିଶାଳ ଗ୍ରହାଣୁପିଣ୍ଡର ଆକାର ବିଶ୍ୱର ତୃତୀୟ ବୃହତ୍ତମ କୋଠା ଶାହାଙ୍ଗ ଟାୱାର ସହିତ ସମାନ। ପରବର୍ତ୍ତୀ ସପ୍ତାହରେ, ଏହା ପୃଥିବୀର କକ୍ଷପଥରେ ଆସି ପହଞ୍ଚିବ। ୨୦୧୫ ମସିହାରେ ନିର୍ମିତ ସାଂଘାଇ ଟାୱାରର ଉଚ୍ଚତା ୬୩୨ ମିଟର ଏବଂ ଏହି ଗ୍ରହଣୁପିଣ୍ଡର ଆକାର ମଧ୍ୟ ଏହା ସହିତ ସମାନ। ଅଗଷ୍ଟ ୪ରେ ଏହା ପୃଥିବୀର କକ୍ଷପଥକୁ ଆସିବ ବୋଲି ଆଶଙ୍କା କରାଯାଉଛି।

ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଏହି ଗ୍ରହାଣୁପିଣ୍ଡକୁ କ୍ୟୁଏଲ-୪୩୩ ନାମ ଦିଆଯାଇଛି ଏବଂ ଏହା ପୃଥିବୀ ଆଡକୁ ବହୁତ ଦ୍ରୁତ ଗତିରେ ମାଡ଼ି ଆସୁଛି। ଏହାର ଆକାର ବହୁତ ବଡ। ଏହା ଶୁକ୍ର ଗ୍ରହରୁ ପ୍ରତି ୬ ବର୍ଷରେ ବିସ୍ଫୋରଣ ହୁଏ ଏବଂ ପ୍ରତି ତିନି ବର୍ଷରେ ପୃଥିବୀ ନିକଟ ଦେଇ ଗତି କରେ। ଏହା ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ଏହା ପୃଥିବୀ ଦେଇ ଯାଇଥିଲା। ଘଣ୍ଟା ପ୍ରତି ପ୍ରାୟ ୪୭,୨୩୨ କିଲୋମିଟର ବେଗରେ ଏହା ପୃଥିବୀ ଆଡକୁ ଗତି କରୁଛି ।

ରେଡଶିଫ୍ଟର ଟ୍ରାକିଂ ରିପୋର୍ଟ ଅନୁଯାୟୀ, ଏହାକୁ ଏକ ସମ୍ଭାବ୍ୟ ବିପଜ୍ଜନକ ଆଷ୍ଟେରଏଡ ଶ୍ରେଣୀଭୁକ୍ତ କରାଯାଇଛି। ଯାହାର ଅର୍ଥ ହେଉଛି ଏହା ଏକ ବସ୍ତୁ ଯାହା ପୃଥିବୀର ଅତି ନିକଟବର୍ତ୍ତୀ ହୋଇପାରେ। ତେବେ ଏହାର ଅର୍ଥ ନୁହେଁ ଏହି ବିଶାଳ ଗ୍ରହାଣୁପିଣ୍ଡ ପୃଥିବୀକୁ ଧକ୍କା ଦେବ ଏବଂ ଏହାକୁ ନଷ୍ଟ କରିଦେବ। କିନ୍ତୁ ନାସା ଏହା ଉପରେ ନଜର ରଖିଛି। ଏହା ପୃଥିବୀର ଅତି ନିକଟ ଦେଇ ଏପର୍ଯ୍ୟନ୍ତ ୨୩୩ ଥର ଅତିକ୍ରମ କରିଥିବାର ଦେଖାଯାଇଛି। ଏହା ୧୯୦୫ ରେ ରେକର୍ଡ କରାଯାଇଥିଲା।

Share