Advertisement

ଜଏଣ୍ଟ ଏନ୍‌ଫୋର୍ସ ମେଣ୍ଟ ଟିମ୍‌ର ଚଢ଼ାଉ : ୭ ହଜାରରୁ ଊର୍ଦ୍ଧ୍ୱ ତଣ୍ଡ ଗଣିଲେ ଦୋକାନୀ

ପାଟଣା,୩୦ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ମଲ୍ଲିପଶି ବଜାରରେ ଶୁକ୍ରବାର ଜଏଣ୍ଟ ଏନ୍‌ଫୋର୍ସ ମେଣ୍ଟ ଟିମ୍‌ ଚଢ଼ାଉ କରିଥିଲା। ୨୨ଟି ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଭାବେ ବିକ୍ରି ହେଉଥିବା ଗୁଟୁକା, ଖଇନି, ସିଗାରେଟ୍‌, ପାନମସଲା ଓ ଦୂଷିତ, ବାସୀ ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କଠାରୁ ୪ ହଜାର ୫ ଶହ ଟଙ୍କା ଓ ପ୍ରଦୂଷିତ ଖାଦ୍ୟ ବିକ୍ରି କରୁଥିବା ହୋଟେଲରୁ ୨୮ ଶହ ଟଙ୍କା ଜରିମାନା ଆଦାୟ କରିଥିଲେ। ଚଢ଼ାଉରେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର ମହାନ୍ତ, ଜାତୀୟ ତମ୍ବାଖୁ ନିରୋଧ ଜିଲା ସଂଯୋଜିକା ଡ଼. ସୁଜାତା କବି, ପାଟଣା ଏଏସ୍‌ଆଇ ବିମଳ ଗିରି, ପାଟଣା ଅବକାରୀ ଅଧିକାରୀ ଶରତ ଚନ୍ଦ୍ର ବାରିକ ପ୍ରମୁଖ ସାମିଲଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share