Categories: Uncategorized

Video: ଗଛରେ ଝୁଲୁଛି ବିଶାଳକାୟ ଅଜଗର; ଦେଖିଲେ ଲାଗିବ ଭୟ…

ଗଛରେ ଝୁଲିଛି ବିଶାଳକାୟ ଅଜଗର। ଯିଏ ଦେଖୁଛି ଭୟରେ ଥରୁଛି। କିଛି ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଖିଆଗକୁ ଯେଉଁ ଦୃଶ୍ୟ ଆସୁଛି ତା’ ଉପରେ ବିଶ୍ୱାସ କରିହେଉନାହିଁ। ଏଯାବତ ହଜାର ହଜାର ଲୋକେ ଏହାକୁ ଦେଖିସାରିଲେଣି। ସେହିଭଳି ଅନେକ ଏଥିରେ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ଜଙ୍ଗଲକୁ ବୁଲି ବାହାରିଛନ୍ତି। ଏହି ସମୟରେ ତାଙ୍କୁ ଗଛ ଉପରେ ଥିବା ବିଶାଳକାୟ ଅଜଗର ନଜର ଆସୁଛି। ଏହାର ଲମ୍ବ ୨୦ ଫୁଟ୍‌ ରହିଛି। ତାର ଓଜନ ଏତେ ଯେ ସେ ନିଜେ ହଲିପାରୁନାହିଁ। ଭିଡିଓ କରୁଥିବା ବ୍ୟକ୍ତି ମଧ୍ୟ ତାକୁ ଦେଖି ଚକିତ ହେଉଛନ୍ତି।
ଦେଖନ୍ତୁ ଭିଡିଓ: