Categories: ବାଣିଜ୍ୟ

ଜୁଲାଇ ୩ରେ ଜିଆଇଏଫ୍‌ଆଇ

ଭୁବନେଶ୍ୱର,୧୭।୬: ବଜାଜ୍‌ ଆଲିଆଞ୍ଜ ଜେନେରାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ପ୍ରଥମ ଥର ପାଇଁ ଭାରତରେ ଜେନେରାଲ ଇନ୍‌ସ୍ୟୁରାନ୍ସ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ (ଜିଆଇଏଫ୍‌ଆଇ)ର ଆୟୋଜନ କରାଯାଉଛି। ୨୦୨୩ ଜୁଲାଇ ୩ରେ ଜିଆଇଏଫ୍‌ଆଇ ପୁଣେଠାରେ ଆୟୋଜନ ହେବ। ବଜାଜ୍‌ ଆଲିଆଞ୍ଜ ଜେନେରାଲ ଇନ୍‌ସ୍ୟୁରାନ୍ସର ଏମ୍‌ଡି ତଥା ସିଇଓ ତପନ ସିଂଘେଲ୍‌ କହିଛନ୍ତି, ଆମେ ପ୍ରଥମ ଥର କରି ଜିଆଇଏଫ୍‌ଆଇର ପରିକଳ୍ପନା କରିଛୁ, ଯେଉଁଠାରେ ଆମେ ସର୍ବୋତ୍ତମ ଆଡଭାଇଜରମାନଙ୍କୁ ଜିଫି ପୁରସ୍କାର ମାଧ୍ୟମରେ ସମ୍ମାନିତ କରିବୁ। ଆମେ ଆଡଭାଇଜରମାନଙ୍କୁ ଏହି ପୁରସ୍କାର ପାଇଁ ଆବେଦନ କରିବାକୁ ପ୍ରୋତ୍ସାହିତ କରୁଛୁ ଓ ସେମାନଙ୍କର କଠିନ ପରିଶ୍ରମ ଏବଂ ସମର୍ପଣ ମନୋଭାବକୁ ଆମ ସହିତ ପାଳନ କରିବା ପାଇଁ ଅନୁପ୍ରେରିତ କରୁଛୁ। ଏହି ଦିନିକିଆ କାର୍ଯ୍ୟକ୍ରମରେ ବିଭିନ୍ନ ଇଣ୍ଟରାକ୍ଟିଭ୍‌ କାଯର୍‌ୟକଳାପ ସହ ପ୍ରସିଦ୍ଧ ବକ୍ତାଙ୍କ ଦ୍ୱାରା ପ୍ରେରଣାଦାୟକ ସେସନର ମଧ୍ୟ ଆୟୋଜନ କରାଯିବ।

Share