Posted inଫୁରସତ

ଭଉଣୀ ପାଇଁ ଗିଫ୍ଟ

ଆଉ ମାତ୍ର ଦୁଇଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇର ଦୀର୍ଘ ଜୀବନ
କାମନା କରି ତା’ ହାତରେ ସ୍ନେହ, ଶ୍ରଦ୍ଧାର ପ୍ରତୀକ ରାଖୀ ବାନ୍ଧିବାକୁ ଭଉଣୀ ମନରେ ଉତ୍କଣ୍ଠା କହିଲେ ନ ସରେ। ଆଉ ତା’ ବଦଳରେ କ’ଣ ଉପହାର ଦେଲେ ଭଉଣୀ ଖୁସିହେବ, ତା’କୁ ନେଇ ଭାଇମାନେ ବି ରଖିଛନ୍ତି ଅନେକ ପ୍ଲାନିଂ। ଯଦି ଭଉଣୀକୁ କ’ଣ ଗିଫ୍ଟ ଦେବେ ଭାବୁଛନ୍ତି, ତେବେ ଜାଣିରଖନ୍ତୁ କେତୋଟି ଗିଫ୍ଟ ଆଇଡିଆ…

ଡ୍ରେସ୍‌: ଯଦିଓ ଉପହାରରେ ଦେବାକୁ ଏହା ସବୁଠୁ ସହଜ ଉପାୟ, ତଥାପି ଝିଅମାନେ ନୂଆ ଡ୍ରେସ୍‌ ଦେଖିଲେ ବହୁତ ଖୁସି ହୁଅନ୍ତି। ତେଣୁ ଆପଣଙ୍କ ଗିଫ୍ଟ ଲିଷ୍ଟରେ ଏହାକୁ ସାମିଲ କରିପାରନ୍ତି।

ଆସେସରିଜ୍‌: ବର୍ତ୍ତମାନ ମାର୍କେଟ୍‌ରେ ଭଳିକି ଭଳି ଆକର୍ଷଣୀୟ ଡିଜାଇନ୍‌ର ଜୋତା, ବ୍ୟାଗ୍‌, ରିଷ୍ଟଓ୍ବାଚ୍‌ ଆଦି ମିଳୁଛି। ଏହା ମଧ୍ୟ ଭଉଣୀକୁ ଗିଫ୍ଟ କରିପାରିବେ।

ମୋବାଇଲ୍‌ ଫୋନ୍‌, କ୍ୟାମେରା: ଆଜିକାଲି ଝିଅମାନଙ୍କ ଭିତରେ ମୋବାଇଲ୍‌ ଫୋନ୍‌କୁ ନେଇ କ୍ରେଜ୍‌ କେତେ ତାହା କିଏ ବା ନ ଜାଣେ! ତେଣୁ ଯଦି ଆପଣଙ୍କ ଭଉଣୀ ସୋସିଆଲ୍‌ ମିଡିଆରେ ଫଟୋ, ଭିଡିଓ ଆଦି ପୋଷ୍ଟ କରିବାର ରୁଚି ରଖନ୍ତି; ତେବେ ଏକ ଲାଟେଷ୍ଟ ଫିଚର୍ସ ଥିବା ଫୋନ୍‌ ଗିଫ୍ଟ କରନ୍ତୁ, ଦେଖିବେ ସେ ବହୁତ ଖୁସି ହେବେ। ସେହିପରି ଭଉଣୀ ୟୁଟ୍ୟୁବର୍‌ ହୋଇଥିଲେ କିମ୍ବା ଫଟୋଗ୍ରାଫିରେ ରୁଚି ରଖୁଥିଲେ ଏକ ଭଲ କ୍ୟାମେରା ଗିଫ୍ଟ କରିପାରିବେ। ଏହାସହ ଟ୍ରାଇପଡ୍‌, ସେଲ୍ଫି ଷ୍ଟିକ୍‌ ଆଦି ମଧ୍ୟ ଦେଇପାରିବେ।

ଇ-ଗିଫ୍ଟ ଭାଉଚର: ବର୍ତ୍ତମାନ ଦୂରରେ ଥିବା କାରଣରୁ ହେଉ କିମ୍ବା ଭଉଣୀର ପସନ୍ଦ ମୁତାବକ କ’ଣ କିଣିବେ ଦ୍ୱନ୍ଦ୍ୱରେ ପଡ଼ିଥିଲେ ଅନ୍‌ଲାଇନ୍‌ ଗିଫ୍ଟ ଭାଉଚର ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ଏହାଦ୍ୱାରା ଆପଣ ନିଜ ବଜେଟ ଅନୁଯାୟୀ ଭଉଣୀକୁ ମନ ପସନ୍ଦର ଗିଫ୍ଟ ବାଛିବାର ସୁଯୋଗ ଦେଇ ଅଧିକ ଖୁସି କରାଇପାରିବେ।

ଜିମ୍‌ ଗ୍ୟାଜେଟ୍ସ: ଯଦି ଆପଣଙ୍କ ଭଉଣୀ ଫିଟ୍‌ନେସ୍‌କୁ ନେଇ ବେଶ୍‌ ସଜାଗ, ତେବେ ତାଙ୍କୁ ଫିଟ୍‌ନେସ୍‌ ବ୍ୟାଣ୍ଡ୍‌, ଯୋଗ ମ୍ୟାଟ୍‌, ଟ୍ରେଡ୍‌ମିଲ୍‌, ଏକ୍ସରସାଇଜ୍‌ ସାଇକେଲ୍‌, ଡମ୍‌ବେଲ୍‌, ଏକ୍ସରସାଇଜ୍‌ ବଲ ଆଦି ଆବଶ୍ୟକ ଜିମ୍‌ ଗ୍ୟାଜେଟ୍‌ ଉପହାରରେ ଦେଇପାରିବେ। ଏହା ସହ ସ୍ପୋଟର୍‌ସ ସୁଜ୍‌, ଏକ୍ସରସାଇଜ୍‌ ଡ୍ରେସ୍‌, ଥର୍ମୋ ଓ୍ବାଟର ବଟଲ ବି ଦେଇପାରିବେ।

ମେକ୍‌ଅପ୍‌ କିଟ୍‌ ଏବଂ ବ୍ୟୁଟିପାର୍ଲର କୁପନ: ଝିଅମାନେ ସାଧାରଣତଃ ମେକ୍‌ଅପ୍‌ପ୍ରିୟ। ତେଣୁ ମେକ୍‌ଅପ୍‌ କିଟ୍‌ କିମ୍ବା କୌଣସି ବ୍ୟୁଟିପାର୍ଲର ସ୍ପେଶାଲ କୁପନ୍‌ ଗିଫ୍ଟ କଲେ ଆପଣଙ୍କ ଭଉଣୀ ନିଶ୍ଚୟ ଖୁସିହେବେ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri